ସିନେ ତାରକାଙ୍କ ରାଜନୀତିରେ ପ୍ରବେଶ, ‘ହାଲୋ ଆର୍‌ସି’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

‘ହାଲୋ ଆର୍‌ସି’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ବର୍ଷ ‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଏକ କାର୍୍‌ରେ ଯାତ୍ରା ଆରମ୍ଭ ହୋଇ ଶେଷ ହେବା ପର୍ଯ୍ୟନ୍ତ ୯୦ ମିନିଟ୍‌ର ଏହି ଚଳଚ୍ଚିତ୍ରକୁ ବଲିଉଡ୍‌ ନିର୍ଦେଶକ ଶେଖର କପୁର ପ୍ରଶଂସା କରି କହିଥିଲେ, ଯଦି ମତେ ଏହି ଚଳଚ୍ଚିତ୍ର କରିବାକୁ ଦିଆଯାଇଥାନ୍ତା, ବୋଧହୁଏ ମୁଁ କରିପାରିନଥାନ୍ତି। ‌ଚଳଚ୍ଚିତ୍ରର ନିର୍ଦେଶକ ସ୍ବର୍ଗତ ସମ୍ବିତ ମହାନ୍ତି ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସଂଳାପକାର ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ବିଶେଷ ଉଲ୍ଲେଖ ପୁରସ୍କାର’ ଲାଭ କରିଥିଲେ।

ଗତ କିଛି ବର୍ଷ ଧରି ଓଡ଼ିଆ ଅଭିନେତା, ଅଭିନେତ୍ରୀଙ୍କ ରାଜନୀତି ଦୁନିଆକୁ ପ୍ରବେଶ ୨୦୧୮ରେ ବି ଜାରି ରହିଥିଲା। ପୂର୍ବ ବର୍ଷଗୁଡ଼ିକର ଓଲିଉଡ୍‌ର ସର୍ବାଧିକ ଲୋକପ୍ରିୟ କଳାକାରଙ୍କୁ ନିଜର କରିଥିଲା ବିଜେଡି। ଏଥର ଆଉ କିଛି ଲୋକପ୍ରିୟ କଳାକାରଙ୍କୁ କୋଳେଇ ନେଲା ବିଜେପି। ମହା‌େଶ୍ବତା, ଅପରାଜିତାଙ୍କ ପରି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ବିଜେପିରେ ଯୋଗ ଦେଇଥିଲେ। ମିହିର ଦାସ ଓ ଅନୁ ଚୌଧୁରୀ ବି ବିଜେପିରେ ଯୋଗ ଦେଲେ। ଏହା ସହ ବିଜୟ ମହାନ୍ତି କଂଗ୍ରେସ ଦଳ ଛାଡ଼ିଲେ। ବର୍ଷର ବିଭିନ୍ନ ସମୟରେ ହେଉଥିବା ଉପନିର୍ବାଚନର ପ୍ରଚାରରେ ବିଜେଡି-ବିଜେପି ମଧ୍ୟରେ ଷ୍ଟାର୍ ୱାର୍ ଦେଖିବାକୁ ମିଳିଥିଲା।

ମୁରବି ଶୂନ୍ୟ ସଂସ୍କୃତି ବିଭାଗ
ଚଳିତ ବର୍ଷ ସଂସ୍କୃତି ବିଭାଗ ବିନା ମୁରବରେ କାମ ଚଳେଇଥିଲା। ଦୀର୍ଘମାସ ପର୍ଯ୍ୟନ୍ତ ଏହି ଅବ୍ୟବସ୍ଥା ଲାଗି ରହିଥିଲା। ସଂସ୍କୃତି ବିଭାଗର ନର୍ଦେଶକ, ସଂଗୀତ ନାଟକ ଏକଡେମି ସଚିବ, ଲଳିତ କଳା ଏକାଡେମି ସଚିବ, ସାହିତ୍ୟ ଏକାଡେମି ସଚିବ, ଉପସଭାପତି ପଦବି ଖାଲି ପଡ଼ିବାରୁ ଏହାକୁ ନେଇ ସଂସ୍କୃତି ମ‌ହଲରେ କ୍ଷୋଭ ପ୍ରକାଶ ପାଇଥିଲା।

ଚିର ବିଦାୟ
ସାହିତ୍ୟିକ ଚନ୍ଦ୍ରଶେଖର ରଥ, ସ୍ବାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ଅଭିନେତ୍ରୀ ପାର୍ବତୀ ଘୋଷ, ଅନିତା ଦାସ, ଅଭିନେତା ଦେବୁ ବୋଷ, ନିତ୍ୟାନନ୍ଦ ଶତପଥୀ, ପ୍ରଯୋଜକ ଅମିୟ ପଟ୍ଟନାୟକ, କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଚିତ୍ତ ଜେନା, ଗୀତିକାର ନାରାୟଣ ପ୍ରସାଦ ସିଂହ ଏବଂ ମର୍ଦଳ ଗୁରୁ ବନମାଳୀ ମହାରଣା ।

ପଦ୍ମଶ୍ରୀ
ଚନ୍ଦ୍ରଶେଖର ରଥ (ସାହିତ୍ୟିକ)
ଭବାନୀ ଚରଣ ପଟ୍ଟନାୟକ
(ସ୍ବାଧୀନତା ସଂଗ୍ରାମୀ)
ପ୍ରଭାକର ମହାରଣା (ସ୍ଥପତି)
କେନ୍ଦ୍ର ସାହିତ୍ୟ ଅକାଦେମି ବାଲ ପୁରସ୍କାର
ବୀରେନ୍ଦ୍ର ମହାନ୍ତି
କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର
ଜୟଦ୍ରଥ ସୁନା
ରମାକାନ୍ତ ରଥ (ଅତିବଡ଼ୀ ପୁରସ୍କାର)
ପ୍ରଣବ ପଟ୍ଟନାୟକ (ଜୟଦେବ ପୁରସ୍କାର)
ରାଜ୍ୟସଭାକୁ ଗଲେ ୨ ଓଡ଼ିଆ ଶିଳ୍ପୀ
ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ଓଡ଼ିଆ କଳା ଜଗତରୁ ପ୍ରଥମଥର ପାଇଁ ୨ ପ୍ରତିଭାଙ୍କୁ ଏହିଭଳି ମର୍ଯ୍ୟାଦାଜନକ ପଦ ପ୍ରାପ୍ତି ହୋଇଥିଲା।

ସମ୍ବନ୍ଧିତ ଖବର