ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ଗୁରୁତର

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟ ଗୋଳାବନ୍ଧ ଛକରେ କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ଗୁରୁତର ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍‌ଣ ୨ଟାବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଅଭିନେତା ଶ୍ରୀ ମିତ୍ର ଏକ କାର୍‌ (ଓଡି୦୨ଏବି୪୪୩୨)ରେ ଭୁବନେଶ୍ବରରୁ ତାଙ୍କ ଘର କରଞ୍ଜିଆକୁ ଯାଉଥିଲେ। ତେବେ ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ନିକଟସ୍ଥ ଗୋଳାବନ୍ଧ ଛକରେ ହଠାତ୍‌ ଏକ ବଳଦ ତାଙ୍କ କାର୍‌ ଆଗକୁ ଧାଇଁ ଆସିଥିଲା। ହଡ଼ବଡ଼େଇ ଯାଇ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିଟି ୩ ପାଲଟା ଖାଇ ଚକ ଉପରକୁ ହୋଇ ଓଲଟି ରହିଥିଲା। ଫଳରେ ଗାଡ଼ି ଭିତରେ ଥିବା ସଲିଲ ଗୁରୁତର ଆହତ ହୋଇଥଲେ। ଶ୍ରୀ ମିତ୍ରଙ୍କୁ ଘଟଗାଁ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ଘଟଗାଁ ମେଡିକାଲକୁ ନେଇଥିଲେ।

ସମ୍ବନ୍ଧିତ ଖବର