ହାଟଡିହି: ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ରୋଡ୍‌ ‌ଶୋ’ରେ ଅଭିନେତ୍ରୀ ଏଲିନା ଦାଶ

ହାଟଡିହି : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜୋର୍‌ ଧରୁଛି। ନିର୍ବାଚନ କମିସନ କଟକଣାକୁ କୋହଳ କରିବା ପରେ ଏବେ ସରପଞ୍ଚ, ଜିଲ୍ଲାପରିଷଦ ଓ ସମିତିସଭ୍ୟ ପ୍ରାର୍ଥୀମାନେ ଗାଁଗାଁ ବୁଲି ଜୋରଦାର ପ୍ରଚାର କରୁଛନ୍ତି। ବାଇକ୍‌ ରାଲି ସାଙ୍ଗକୁ ଦେଖିବାକୁ ମିଳୁଛି ରୋଡ୍‌ସୋ।

ବୁଧବାର ଦିନ ଓଡ଼ିଆ ଅଭିନେତ୍ରୀ ଏଲିନା ଦାଶ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ସେ ଏକ ରୋଡ୍‌ସୋରେ କଳିଗାଁ, ଶାଳଣିଆଁ, ଡଅଁର, ଗେଡ଼ମା, ଆଇତିପୁର, ହାବଳେଶ୍ୱର, ଷଡ଼ଙ୍ଗ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ତାଙ୍କ ସହିତ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ, ବ୍ଲକ୍‌ ସଭାପତି ସୁରେନ୍ଦ୍ର କୁମାର ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ବିଜେଡି ସମ୍ପାଦକ ଦୀପ୍ତିରଞ୍ଜନ ଦାସ, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ପରମେଶ୍ୱର ମଲ୍ଲିକଙ୍କ ସମେତ ବହୁ ବିଜେଡି କର୍ମୀ ଓ ଯୁବଛାତ୍ର ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର