ଅଭିନେତ୍ରୀ ମୋର ଭଲ ବନ୍ଧୁ, ‌ସର୍ବଦା ସହଯୋଗ କରନ୍ତି: ବାବୁୁସାନ୍‌

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ବାବୁସାନ୍‌, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କଳିକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ ବାବୁସାନ୍‌ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବାବୁସାନ୍‌ କହିଛନ୍ତି ଯେ, ଅଭିନେତ୍ରୀ ମୋତେ ବ୍ଲାକମେଲ କରିନାହାନ୍ତି। ସେ ମୋ ଠାରୁ କୌଣସି ପଇସା ଦେଇନାହାନ୍ତି। ଅଭିନେତ୍ରୀ ମୋର ଜଣେ ଭଲ ବନ୍ଧୁ। ମୋତେ ସେ ବହୁତ ସହଯୋଗ କରନ୍ତି। ସେ କେବେ ବି ହଇରାଣ କରିନାହାନ୍ତି।

ତେବେ ଅଭିନେତା ବାବୁସାନ୍‌ଙ୍କ ଦ୍ବାରା ଦିଆଯାଇଥିବା ବୟାନ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ତାଙ୍କର ପତ୍ନୀ ତୃପ୍ତି, ମା’ ଅପରାଜିତା ମହାନ୍ତି ଓ ସଂପର୍କୀୟ ଭଉଣୀ ବାରମ୍ବାର କହିଛନ୍ତି ଯେ, ବାବୁସାନ୍‌ଙ୍କୁ ପ୍ରକୃତି ମିଶ୍ର ବ୍ଲାକମେଲ କରୁଛନ୍ତି। କିନ୍ତୁ ପ୍ରକୃତି ମିଶ୍ର ଓ ବାବୁସାନ୍‌ ମା’, ପତ୍ନୀ ଓ ଭଉଣୀଙ୍କର ଅଭିଯୋଗକୁ ସ୍ବୀକାର କରିନାହାନ୍ତି।

ସୂଚନାଯୋଗ୍ୟ, ପ୍ରକୃତି ମିଶ୍ର ଆଜି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ, ବାବୁସାନ ହେଉଛନ୍ତି ମୋର ଜଣେ ଭଲ ସାଙ୍ଗ। ତାଙ୍କର ପତ୍ନୀ ଫିଲ୍ମ ବିଷୟରେ କିଛି ଜାଣନ୍ତିନାହିଁ। ବାବୁସାନ୍‌ ମୋତେ ଏକଥା କହିଥିଲେ।

ଅପରାଜିତା ମହାନ୍ତି ପ୍ରତିକ୍ରିୟାରେ କହିଥିଲେ ଯେ, ପୁଅ ବାବୁସାନ୍ ସ୍ତ୍ରୀ, ଛୁଆ ଓ ବାପାମାଆଙ୍କ ପାଖକୁ ସେ ଫେରିଆସୁ।  ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ। ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି। ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ। କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା। କୋଭିଡ୍ ବେଳେ ଖରାପ ସଙ୍ଗରେ ପଡ଼ିଥିଲା। ଯେଉଁମାନଙ୍କୁ ଅତି ଭଲ ପାଏ ସେମାନଙ୍କ କଥା ବି ମାନିଲା ନାହିଁ। ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରି କହିଲେ ତାର ଜୀବନ। କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ। କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ। ବାବୁସାନର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି। ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ।

ସମ୍ବନ୍ଧିତ ଖବର