ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ : ହାଇକୋର୍ଟରୁ ଶ୍ବଶୁର ଓ ଶାଶୂଙ୍କୁ ଜାମିନ

କଟକ : ଓଲିଉଡ୍‌ ତଥା ଓଡ଼ିଆ ସିରିଅଲ୍‌ ଅଭିନେତ୍ରୀ ଲକ୍ଷ୍ମିପ୍ରୀୟା ବେହେରା ଓରଫ ‘ନିକିତା’ ହତ୍ୟା ଅଭିଯୋଗ ମାମଲାରେ ମୃତକଙ୍କ ଶ୍ବଶୁର ଲିଙ୍ଗରାଜ ସାହୁ ଓ ଶାଶୂ କୁନ୍ତଳା ସାହୁଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରି ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ‌େର ଛାଡିବା ପାଇଁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ସୂଚନା ‌େଯାଗ୍ୟ ଯେ ନିକିତାଙ୍କ ମୃତ୍ୟୁ ପରେ ଚାଉଳିଆଗଞ୍ଜ ଥାନାରେ ରୁଜୁ ହତ୍ୟା ମାମଲାରେ ଗିରଫଦାରୀ ଏଡାଇବା ପାଇଁ ଲିଙ୍ଗରାଜ ସାହୁ ଓ କୁନ୍ତଳା ସାହୁ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି ଉଭୟ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କେସ୍ ଡାଏରି ଓ ତଦନ୍ତର ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ନଭେମ୍ବର ୨୫ରେ ମହାନଦୀବିହାରର ସନାତନ ବେହେରାଙ୍କ ଝିଅ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ସଦର ଥାନା ଗୋପାଳପୁର ଅଞ୍ଚଳର ଲିଙ୍ଗରାଜ ସାହୁଙ୍କ ପୁଅ ଲିପୁନ୍‌ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ଗତ ଜାନୁଆରିରେ ନିକିତାଙ୍କ ସନ୍ଦେହଜନକ ଅବସ୍ଥାରେ ଛାତରୁ ପଡି ମୃତ୍ୟୁ ହୋଇଥିଲା। ଏ ନେଇ ନିକିତାଙ୍କ ବାପା ସନାତନ ବେହେରା ଜାନୁଆରି ୬ରେ ଚାଉଳିଆଗଞ୍ଜ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର