ଯଶିପୁର: ଯଶିପୁର ବ୍ଲକ୍ ଜାମଦା ସାହି ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ଦୁଇ ହେଭିୱେଟ୍ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ହେବାକୁ ଯାଉଛି। ଏପରି ସମୟରେ ଆଜି ପ୍ରାର୍ଥୀ କନକଲତା ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ମିସ୍ ତମନ୍ନା। ସେ ପ୍ରାର୍ଥୀ କନକଲତାଙ୍କ ସହ ଏକ ପ୍ରଚାର ଗାଡ଼ିରେ ଯାଇ ପଦ୍ମପୁର, ଭୁପଡ଼, ଗୌଡ଼ଗାଁ ଓ ଯଶିପୁର ମୁଖ୍ୟ ବଜାର ପରିକ୍ରମା କରିଥିଲେ ଏବଂ କନକଲତାଙ୍କୁ ଭୋଟ୍ ଦେବା ପାଇଁ କହିଥିଲେ। ପ୍ରାର୍ଥୀ କନକଲତାଙ୍କ ସହ ଯଶିପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନଗୋବିନ୍ଦ ନାଏକ ଓ ମହିଳା ନେତ୍ରୀ ଭଗବତୀ ମହାନ୍ତ ମଧ୍ୟ ସାମିଲ ଥିଲେ।
ପ୍ରାର୍ଥୀ କନକଲତାଙ୍କ ପାଇଁ ପ୍ରଚାର କଲେ ଅଭିନେତ୍ରୀ ତମନ୍ନା
/sambad/media/post_attachments/wp-content/uploads/2022/02/ttta.jpg)