ବରମୁଣ୍ଡା ବସଷ୍ଟାଣ୍ଡରୁ ଆପଣଙ୍କ ଘର ଯାଏଁ ଏତିକି ନେବା କଥା ଭଡା, ଅଧିକ ନେଇଯାଉନାହିଁ ତ ବସ କଣ୍ଡକ୍ଟର !

ଭୁବନେଶ୍ୱର: ମନେ କରନ୍ତୁ ଆପଣ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୀ ଯାଉଛନ୍ତି | ଆଉ ପୂର୍ବରୁ ଆପଣ ବସ ଭଡା ୫୦ ଟଙ୍କା ଦେଉଥିଲେ | ଆଉ ଡିଜେଲ ମୂଲ୍ୟ ବଢିଛି କହି କଣ୍ଡକ୍ଟର ଆପଣଙ୍କ ପାଖରୁ ଅଧିକ ୩୦ ଟଙ୍କା ନେଉଛି | ତେବେ ପ୍ରକୃତରେ ଭଡା ବାବଦରେ କେତେ ଟଙ୍କା ଦେବା କଥା, କେବେ ଭାବିଛନ୍ତି କି ? ବେଳେବେଳେ ମନଇଚ୍ଛା ଭଡା ଆଦାୟକୁ ନେଇ ଯାତ୍ରୀ ଓ ବସ କଣ୍ଡକ୍ଟରଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ସ୍ଥିତି ମଧ୍ୟ ଉପୁଜୁଛି | ଆଜି ଆମେ ଆପଣଙ୍କୁ ବସ ଭଡା ବାବଦରେ ବିସ୍ତୃତ ସୂଚନା ଦେବୁ | ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ସୂଚନା ମୁତାବକ ସାଧାରଣ ବସ ଭଡା କିଲୋମିଟର ପିଛା ୯୨ ପଇସା ଥିବାବେଳେ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୯୬ ପଇସା, ଏସି ଡିଲକ୍ସ ପାଇଁ ବସ ଭଡା କିଲୋମିଟର ପିଛା ୧୬୩ ପଇସା ନିର୍ଦ୍ଧାରିତ କରାଯାଇଛି | ଏବେ ନଜର ପକାନ୍ତୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ରାଜ୍ୟର ପ୍ରମୁଖ ଜିଲ୍ଲା ସଦରମହକୁମାକୁ ଯାଉଥିବା ବସର ଭଡା କେତେ ?

ଭୁବନେଶ୍ୱରରୁ ଅନୁଗୁଳ
ଦୂରତା: ୧୩୩ କିଲୋମିଟର, ସାଧାରଣ ବସ: ୧୨୨ ଟଙ୍କା, ଏକ୍ସପ୍ରେସ: ୧୨୮ ଟଙ୍କା, ଏସି ଡିଲକ୍ସ: ୨୧୭ ଟଙ୍କା
ଭୁବନେଶ୍ୱରରୁ ବାଲେଶ୍ୱର
ଦୂରତା: ୨୧୪ କିଲୋମିଟର, ସାଧାରଣ ବସ: ୧୯୭ ଟଙ୍କା, ଏକ୍ସପ୍ରେସ: ୨୦୫ ଟଙ୍କା, ଏସି ଡିଲକ୍ସ: ୩୪୯ ଟଙ୍କା
ଭୁବନେଶ୍ୱରରୁ ବରଗଡ଼
ଦୂରତା: ୩୪୧ କିଲୋମିଟର, ସାଧାରଣ ବସ: ୩୧୪ ଟଙ୍କା, ଏକ୍ସପ୍ରେସ: ୩୨୭ ଟଙ୍କା, ଏସି ଡିଲକ୍ସ: ୫୫୬ ଟଙ୍କା
ଭୁବନେଶ୍ୱରରୁ ବ୍ରହ୍ମପୁର
ଦୂରତା: ୧୭୪ କିଲୋମିଟର, ସାଧାରଣ ବସ: ୧୬୦ ଟଙ୍କା, ଏକ୍ସପ୍ରେସ: ୧୬୭ ଟଙ୍କା, ଏସି ଡିଲକ୍ସ: ୨୮୪ ଟଙ୍କା
ଭୁବନେଶ୍ୱରରୁ କଟକ
ଦୂରତା: ୩୦ କିଲୋମିଟର, ସାଧାରଣ ବସ: ୨୮ ଟଙ୍କା, ଏକ୍ସପ୍ରେସ: ୨୯ ଟଙ୍କା, ଏସି ଡିଲକ୍ସ: ୪୯ ଟଙ୍କା
ଭୁବନେଶ୍ୱରରୁ ପୁରୀ
ଦୂରତା: ୬୪ କିଲୋମିଟର, ସାଧାରଣ ବସ: ୫୯ ଟଙ୍କା, ଏକ୍ସପ୍ରେସ: ୬୧ ଟଙ୍କା, ଏସି ଡିଲକ୍ସ: ୧୦୪ ଟଙ୍କା

ଭୁବନେଶ୍ୱରରୁ ଯାଜପୁର
ଦୂରତା: ୧୦୮ କିଲୋମିଟର, ସାଧାରଣ ବସ: ୯୯ ଟଙ୍କା, ଏକ୍ସପ୍ରେସ: ୧୦୪ ଟଙ୍କା, ଏସି ଡିଲକ୍ସ: ୧୭୬ ଟଙ୍କା
ଭୁବନେଶ୍ୱରରୁ କେଉଁଝର
ଦୂରତା: ୨୧୪ କିଲୋମିଟର, ସାଧାରଣ ବସ: ୧୯୭ ଟଙ୍କା, ଏକ୍ସପ୍ରେସ: ୨୦୫ ଟଙ୍କା, ଏସି ଡିଲକ୍ସ: ୩୪୯ ଟଙ୍କା
ଭୁବନେଶ୍ୱରରୁ ଖୋର୍ଦ୍ଧା
ଦୂରତା: ୨୩ କିଲୋମିଟର, ସାଧାରଣ ବସ: ୨୧ ଟଙ୍କା, ଏକ୍ସପ୍ରେସ: ୨୨ ଟଙ୍କା, ଏସି ଡିଲକ୍ସ: ୩୭ ଟଙ୍କା
ଭୁବନେଶ୍ୱରରୁ ସମ୍ବଲପୁର(ଭାୟା ଜାତୀୟ ରାଜପଥ ୫୫)
ଦୂରତା: ୩୦୦ କିଲୋମିଟର, ସାଧାରଣ ବସ: ୨୭୬ ଟଙ୍କା, ଏକ୍ସପ୍ରେସ: ୨୮୮ ଟଙ୍କା, ଏସି ଡିଲକ୍ସ: ୪୮୯ ଟଙ୍କା
ଭୁବନେଶ୍ୱରରୁ କୋରାପୁଟ
ଦୂରତା: ୪୯୧ କିଲୋମିଟର, ସାଧାରଣ ବସ: ୪୫୨ ଟଙ୍କା, ଏକ୍ସପ୍ରେସ: ୪୭୧ ଟଙ୍କା, ଏସି ଡିଲକ୍ସ: ୮୦୦ ଟଙ୍କା
ଭୁବନେଶ୍ୱରରୁ କନ୍ଧମାଳ
ଦୂରତା: ୨୦୮ କିଲୋମିଟର, ସାଧାରଣ ବସ: ୧୯୧ ଟଙ୍କା, ଏକ୍ସପ୍ରେସ: ୨୦୦ ଟଙ୍କା, ଏସି ଡିଲକ୍ସ: ୩୩୯ ଟଙ୍କା

ସମ୍ବନ୍ଧିତ ଖବର