ପୁରୀ: ଭାଇ ଓ ଭଉଣୀଙ୍କ ସହ କଳାଠାକୁର ଶୁକ୍ରବାର ରାତି ଆଡ଼ପ ମଣ୍ଡପକୁ ବିଜେ କରିବେ। ଆଡ଼ପ ମଣ୍ଡପକୁ ନେବା ପାଇଁ ସେବାୟତ ମାନେ ପ୍ରସ୍ତୁତି କରିଛନ୍ତି। ଆଡ଼ପ ମଣ୍ଡପରେ ଶ୍ରୀଜିଉମାନଙ୍କ ଦର୍ଶନର ସ୍ୱତନ୍ତ୍ରତା ରହିଛି। କାରଣ ଏହି ଦର୍ଶନ ବର୍ଷକ ମଧ୍ୟରେ ଥରେ ଆସୁଥିବାରୁ ଭକ୍ତମାନେ ସୁଯୋଗକୁ ଅପେକ୍ଷା କରିଥାନ୍ତି।
ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଛି। ଆଉ କିଛି ସମୟ ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପହଣ୍ଡି ବିଜୟ ଆରମ୍ଭ ହୋଇଯିବ। ସେବାୟତମାନେ ଏହି କାମ କରିବାକୁ ଅଣ୍ଟା ଭିଡିଛନ୍ତି। ପହଣ୍ଡି ପ୍ରାୟ ଅଢ଼େଇ ଘଣ୍ଟା ଲାଗିବ। ପହଣ୍ଡି ସରିବା ପରେ ଗୁଣ୍ଡିଚା ମନ୍ଦିରର ମୁଖ୍ୟ ଗେଟ୍ ବନ୍ଦ କରି ଦିଆଯିବ। ଆଶାଢ଼ ଶୁକ୍ଳପକ୍ଷ ତିଥି ଅବସରରେ ଶ୍ରୀଜିଉମାନେ ଗୁରୁବାର ଠାରୁ ୯ ଦିନିଆର ରଥଯାତ୍ରାରେ ବାହାରିଥିବା ବେଳେ ଶୁକ୍ରବାର ରାତି ସୁଦ୍ଧା ଆଡ଼ପ ମଣ୍ଡପରେ ବିଜେ କରିବେ।
ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ବର୍ଷା ହୋଇଛି। ଏହା ସତ୍ତ୍ୱେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଉତ୍ସାହ କମ ଦେଖାଯାଇ ନାହିଁ। ଶରଧାବାଲି ଲୋକାରଣ୍ୟ ପାଲଟିଛି। ରଥ ଉପରେ ମହାପ୍ରଭୁଙ୍କର ସବୁନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉମାନଙ୍କୁ ସୁଖିଲା ଭୋଗ ଲଗାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/D-ntRwFUwAAQJdN.jpg-large.jpg)