ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧୪ଟି ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ଖୋଲିସାରିଛି। ବାକି ଥିବା ୧୦୦ଟି ବ୍ଲକ୍ ମଧ୍ୟରୁ ୩୬ଟି ବ୍ଲକ୍ରେ ଆଗାମୀ ଶିକ୍ଷା ବର୍ଷ ୨୦୨୧-୨୨ରୁ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ଅନ୍ୟ ୬୪ଟି ବ୍ଲକ୍ରେ କୋଠା ନିର୍ମାଣ କାର୍ଯ୍ୟ ଶେଷ ହେଲେ ପର୍ଯ୍ୟାୟକ୍ରମେ ଖୋଲାଯିବ। ବିଧାନସଭାରେ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ପ୍ରତତ୍ୟେକ ବିଦ୍ୟାଳୟରେ ୨୨ଟି ଶିକ୍ଷକ, ଗୋଟିଏ ଲାଇବ୍ରେରିଆନ୍, ଗୋଟିଏ ଜୁନିଅର୍ କ୍ଲର୍କ ଓ ୩ଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ ମଞ୍ଜୁରୀପ୍ରାପ୍ତ ପଦବି ରହିଛି। ମାତ୍ର ବିଦ୍ୟାଳୟରେ ଶ୍ରେଣୀ ସଂଖ୍ୟା ଅନୁଯାୟୀ ଆବଶ୍ୟକ ପଦବିର ଆକଳନ କରି ପର୍ଯ୍ୟାୟକ୍ରମେ ପୂରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ଥିବା ୨୧୪ଟି ବିଦ୍ୟାଳୟରେ ମୋଟ୍ ୫୫୬୪ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି। ତାହା ମଧ୍ୟରୁ ୩୯୪୦ଟି ପଦବି ପାଇଁ ମାନବ ସମ୍ବଳର ଆବଶ୍ୟକତା ରହିଛି। କିନ୍ତୁ କାମ କରୁଛନ୍ତି ୨୯୪୪ ଜଣ। ୯୯୬ଟି ପଦବି ଖାଲି ପଡ଼ିଛି ବୋଲି ମନ୍ତ୍ରୀ ଜଣାଇଛନ୍ତି।
ଏ ବର୍ଷ ଆଉ ୩୬ଟି ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ
କାର୍ଯ୍ୟକ୍ଷମ ଥିବା ୨୧୪ ସ୍କୁଲ୍ରେ ୯୯୬ ପଦବି ଖାଲି
/sambad/media/post_attachments/wp-content/uploads/2021/03/adarsha-vidyalaya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)