ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ମଧ୍ୟରେ ୫ ଯୋଡ଼ା ଟ୍ରେନ ପାଇଁ ଅତିରିକ୍ତ ରହଣି

ଭୁବନେଶ୍ବର : ନିୟମିତ ଟ୍ରେନ୍‌ଗୁଡ଼ିକ ସ୍ୱାଭାବିକ ଭାବେ ଚଳାଚଳ କରିବା ପରେ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ମଧ୍ୟରେ ୫ ଯୋଡ଼ା ଟ୍ରେନ୍‌ ଅତିରିକ୍ତ ରହଣି କରିବ। ଏହାବ୍ୟତୀତ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଟ୍ରେନ୍ କେତେକ ଷ୍ଟେସନ୍‌ରେ ସମୟ ସଂଶୋଧିତ କରିବ। ଅତିରିକ୍ତ ରହଣି କରିବାକୁ ଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ବିଶାଖାପାଟଣା-ଦୀଘା-ବିଶାଖାପାଟଣା ସାପ୍ତାହିକ ସୁପର୍‌ଫାଷ୍ଟ(୨୨୮୭୪/୨୨୮୭୩) ବିଶାଖାପାଟଣାରୁ ଆସନ୍ତା ୯ ତାରିଖରୁ ଓ ଦୀଘାରୁ ୧୦ରୁ ଯାଜପୁର କେନ୍ଦୁଝର ରୋଡ୍‌ ଷ୍ଟେସନ୍‌ରେ ରହଣି କରିବ। ହାଓଡ଼ା-ପୁରୀ-ହାଓଡ଼ା ସୁପର୍‌ଫାଷ୍ଟ(୧୨୮୩୭/୧୨୮୩୮) ଉଭୟ ଦିଗରୁ ଡିସେମ୍ବର ୮ରୁ କଣାସରୋଡ୍ ଓ ଡେଲାଙ୍ଗ ଷ୍ଟେସନ୍‌ରେ ରହଣି କରିବ।

ପୁରୀ- ଅହମ୍ମଦାବାଦ-ପୁରୀ ସାପ୍ତାହିକ ସୁପରଫାଷ୍ଟ(୨୦୮୬୧/୨୦୮୬୨) ଡିସେମ୍ବର ୮ରୁ ପୁରୀରୁ ଏବଂ ଅହମ୍ମଦାବାଦରୁ ୧୦ ତାରିଖରୁ ଛାଡ଼ୁଥିବା ଟ୍ରେନ୍‌ ବାଗବାହାର ଷ୍ଟେସନ୍‌ରେ ରହଣି କରିବ। ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍(୧୮୫୧୮/୧୮୫୧୭) ଉଭୟ ଦିଗରୁ ୮ତାରିଖରୁ ବାଗବାହାରଠାରେ ରହଣି କରିବ। ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସାପ୍ତାହିକ ସୁପର୍‌ଫାଷ୍ଟ(୨୨୯୭୩/୨୨୯୭୪) ଗାନ୍ଧୀଧାମରୁ ଆସନ୍ତା ୮ତାରିଖରୁ ଓ ପୁରୀରୁ ୧୧ ତାରିଖରୁ ବବିଲି ଷ୍ଟେସନ୍‌ରେ ରହଣି କରିବ। ସେହିପରି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ର ସମୟ ସାରଣୀ ନନ୍ଦୁରା ଓ ମାଲକାପୁର ଷ୍ଟେସନ୍‌ରେ ଏବଂ ପୁରୀ-ସୁରଟ ଏକ୍ସପ୍ରେସ୍‌ର ସମୟ ସାରଣୀ ଭୁସାୱଲ ଓ ଜଲଗାଓଁ ଷ୍ଟେସନ୍‌ରେ ସଂଶୋଧିତ ହୋଇଛି।

ସମ୍ବନ୍ଧିତ ଖବର