ନଭେମ୍ବର ମଧ୍ୟଭାଗରେ ଅତିରିକ୍ତ ବଜେଟ୍, ଅର୍ଥ ଖର୍ଚ୍ଚ ନ କଲେ ସରେଣ୍ଡର ପାଇଁ ସଚିବଙ୍କୁ ନିର୍ଦେଶ

ସେପ୍ଟେମ୍ବର ସୁଦ୍ଧା ରାଜସ୍ବ ସଂଗ୍ରହରେ ୮.୧% ଅଭିବୃଦ୍ଧି, ଡିେସମ୍ବର ସୁଦ୍ଧା ୬୦% ଖର୍ଚ୍ଚ ଉପରେ ମୁଖ୍ୟସଚିବଙ୍କ ଗୁରୁତ୍ବ
ଭୁବନେଶ୍ବର: ଆସନ୍ତା ନଭେମ୍ବର ମଧ୍ୟଭାଗରେ ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ କରାଯିବ। ଏଣୁ ବିଭାଗମାନେ ସେମାନଙ୍କର ଆବଶ୍ୟକତା ସଂକ୍ରାନ୍ତ ପ୍ରସ୍ତାବ ଦିନେ ଦୁଇଦିନ ମଧ୍ୟରେ ଦେଇଦେବା ଦରକାର। ଯଦି କୌଣସି ବିଭାଗ ଆଶଙ୍କା କରୁଛନ୍ତି େଯ କୌଣସି ପ୍ରକଳ୍ପରେ ଅର୍ଥ ବିନିଯୋଗ େହାଇପାରିବ ନାହିଁ, ଅର୍ଥାତ୍ ଅର୍ଥ ସଞ୍ଚୟ ହେବ, ତେବେ ସେମାନେ ତାହାକୁ ସରେଣ୍ଡର କରିଦେବା ଉଚିତ୍। ଏହାଦ୍ବାରା ଅତିିରିକ୍ତ ବଜେଟରେ ଅନ୍ୟ ପ୍ରକଳ୍ପ େକ୍ଷତ୍ରରେ ଏହି ଅର୍ଥ ଆବଣ୍ଟନ କରାଯାଇପାରିବ।

ଆଜି େଲାକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସଚିବମାନଙ୍କୁ େରାକଠୋକ୍ ଏକଥା ଜଣାଇ ଦେଇଛନ୍ତି। ଆଉ ପାଦେ ଆଗକୁ ଯାଇ ମୁଖ୍ୟଶାସନ ସଚିବ କହିଛନ୍ତି, ବିଭାଗମାନେ ସେମାନଙ୍କର ଖର୍ଚ୍ଚ ବ୍ୟବସ୍ଥାକୁ ସାନି ଅନୁଧ୍ୟାନ ସହିତ ପୁନଃ ବ୍ୟବସ୍ଥିତ କରନ୍ତୁ, େଯମିତି ସେମାନେ ଡିସେମ୍ବର େଶଷ ସୁଦ୍ଧା ଆବଣ୍ଟିତ ବଜେଟ୍ ଅନୁଦାନର ୬୦% ଅର୍ଥ ଖର୍ଚ୍ଚ କରିପାରିବେ। ଆଗକୁ ରାଜ୍ୟ ସରକାରଙ୍କୁ ଅର୍ଥାଭାବ ସାମ୍ନା କରିବାକୁ ପଡିପାରେ େବାଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଆଜି ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ ଓ ଅର୍ଥବିଭାଗର ତାଗିଦ୍ ପ୍ରଶାସନିକ କରିଡରରେ ଚର୍ଚ୍ଚାର ବିଷୟ େହାଇଛି। ବୈଠକରେ ରାଜ୍ୟର ଆୟ ସଂପର୍କରେ ତର୍ଜମା କରାଗଲା ବେଳେ ଜଣାପଡିଛି େଯ ସାମଗ୍ରିକ ରାଜସ୍ବ ଆଦାୟ ଗତବର୍ଷ ସେପ୍ଟେମ୍ବର ତୁଳନାରେ ୮.୧% ବୃଦ୍ଧି ଘଟିଛି। ଅଣଟିକସ େକ୍ଷତ୍ରରେ ଏହି ହାର ୧୦.୪୬% ରହିଛି। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଅଣ ଟିକସ େକ୍ଷତ୍ରରୁ ୬୧୮୬ େକାଟି ୪୮ ଟଙ୍କା ଆଦାୟ େହାଇଛି। ଖଣି ରୟାଲଟି େକ୍ଷତ୍ରରେ ୧୪% ଓ ଜଳକର ୪୬% ବଢିଛି। ଗତବର୍ଷ ୪୫୮୦ େକାଟି ଟଙ୍କା ଖଣି ରୟାଲଟି ଆଦାୟ େହାଇଥିଲା। ଏବର୍ଷ ସେପ୍ଟେମ୍ବର େଶଷ ସୁଦ୍ଧା ୫୨୦୭ େକାଟିକୁ ଛୁଇଁଛି। ସେହିଭଳି ନିଜସ୍ବ ରାଜସ୍ବ େକ୍ଷତ୍ରରେ ଅଭିବୃଦ୍ଧି ହାର ୭.୧୬% ରହିଛି। ଏବର୍ଷ ୧୫ହଜାର ୫୫ େକାଟି ଟଙ୍କା ଆଦାୟ େହାଇଥିବା ବେଳେ ଗତବର୍ଷ ଏହି ସମୟ ସୁଦ୍ଧା ନିଜସ୍ବ ରାଜସ୍ବ ଆଦାୟ ପରିମାଣ ୧୪ହଜାର ୪୯ େକାଟି ଟଙ୍କା ଥିଲା। ସେହିଭଳି ଗତବର୍ଷ ତୁଳନାରେ ଅର୍ଥ ବିନିଯୋଗ େକ୍ଷତ୍ରରେ ମଧ୍ୟ ୯.୧୫% ବୃଦ୍ଧି ଘଟିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ୪୬ ହଜାର ୮୧୯ େକାଟି ଟଙ୍କା ଖର୍ଚ୍ଚ େହାଇଥିବା ଅର୍ଥ ବିଭାଗ ଜଣାଇଛି।

ଅନ୍ୟପକ୍ଷରେ ଆଜିର ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ସଚିବମାନଙ୍କର ଜିଲ୍ଲା ଗସ୍ତକୁ ଅଧିକ ପ୍ରଭାବୀ ଓ ଫଳ ୍ରସୂ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀ ମହାପାତ୍ର ସିଧା ସିଧା କହିଥିଲେ, ବିଭିନ୍ନ େଯାଜନାର କାର୍ଯ୍ୟାନ୍ବୟନ ବେଳେ େଯଉଁ ସବୁ ସମସ୍ୟା ବା ପ୍ରତିବନ୍ଧକ ସୃଷ୍ଟି େହଉଛି, ସେସବୁ ଅନୁଧ୍ୟାନ କରି ସଚିବମାନେ ନୀତି ଓ ନିୟମାବଳୀରେ ପରିବର୍ତନ କରିବା ଲାଗି ସୁପାରିସ କରିବା ଦରକାର

ସମ୍ବନ୍ଧିତ ଖବର