୬ଟି ଜିଲ୍ଲାରେ ଖୋଲିବ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ

ହାଇକୋର୍ଟଙ୍କ ସୁପାରିସ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ଚଳିତବର୍ଷ କଟକ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ନୂଆପଡ଼ା ଜିଲ୍ଲାରେ ଖୋଲିବ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। ଓଡ଼ିଶା ହାଇକୋର୍ଟଙ୍କ ସୁପାରିସ ଆଧାରରେ ଆଜି ଏହିସବୁ ଜିଲ୍ଲାରେ କୋର୍ଟ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। କଟକ ସହର ସମେତ ଭଦ୍ରକ ସହର, ବାଲେଶ୍ବରର ନୀଳଗିରି, ମୟୂରଭଞ୍ଜର ଉଦଳା, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଓ ନୂଆପଡ଼ାର ଖରିଆରଠାରେ ୬ଟି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର