ସମ୍ବଲପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ର ଅତିରିକ୍ତ ମତ୍ସ୍ୟ ଅଧିକାରୀ। ସବ୍‌ସିଡି କରାଇଦେବା ପାଇଁ ମା’ ସମଲେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଠାରୁ ଲାଞ୍ଚ ମାଗିଥିଲେ। ଏସ୍‌ଏଚ୍‌ଜି ଠାରୁ ଶୁକ୍ରବାର ଦିନ ଚେକ୍‌ରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଧରିଥିଲା।

Advertisment

ନାକଟିଦେଉଳରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟ ଅଧିକାରୀ (ଏଏଫ୍‌ଓ) ଭୁବନେଶ୍ବରର ସ୍ନେହଲତା ମହାନ୍ତିଙ୍କୁ ସମ୍ବଲପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏଏଫ୍‌ଓ ଲାଞ୍ଚ ମାଗୁଥିବା ନେଇ ଏସ୍‌ଏଚ୍‌ଜି ପକ୍ଷରୁ ସମ୍ବଲପୁର ଭିଜିଲାନ୍ସକୁ ଅବଗତ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ଚେକ୍‌ରେ ରସାୟନିକ ପ୍ରଲେପ ଲଗାଇ ଏସ୍‌ଏଚ୍‌ଜିକୁ ଦିଆଯାଇଥିଲା। ଗୋଷ୍ଠୀର ମହିଳାମାନେ ଚେକ୍‌ ଦେବା ବେଳେ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ସ୍ନେହଲତା ୨୩ ମାର୍ଚ୍ଚରେ ନାକଟିଦେଉଳରେ ଏଏଫ୍‌ଓ ଭାବେ ଯୋଗ ଦେଇଥିଲେ।