ବାଲେଶ୍ବର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତରୀ ଦଳ ପଠାଗଲା, କୋଭିଡ୍‌ ଚିକିତ୍ସାରେ ନିୟୋଜିତ ହେଲେ ୨୯ ଡାକ୍ତର

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ପ୍ରଭାବକୁ ଆକଳନ କରି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଯେପରି କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟାହତ ନ ହେବ, ସେଥିପାଇଁ, ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଭାବେ ୨୦ ଜଣ ଇନ୍‌ଟର୍ଣ୍ଣ ଡାକ୍ତର ଓ ୯ ଜଣ ପିଜି ଡାକ୍ତରଙ୍କୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ମୁତୟନ କରାଯାଇଛି। ବାତ୍ୟା ଯୋଗୁ ଏହି ଦୁଇଟି ଜିଲ୍ଲା ବେଶି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏହି ଡାକ୍ତରମାନେ ତୁରନ୍ତ ଜିଲ୍ଲା ସିଡିଏମଓଙ୍କ ପାଖରେ ରିପୋର୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର