ରାଜ୍ୟ ନିର୍ବାଚନ ଆୟୋଗରେ ଅତିରିକ୍ତ ଡିଜି, ନିର୍ବାଚନରେ ବିଶୃଙ୍ଖଳା ରୋକିବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର. କେ. ଶର୍ମା । ଗୁରୁବାର ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ହେବା ପାଇଁ ସେ ଆୟୋଗଙ୍କ ସହ ଆଲୋଚନା କରିଛନ୍ତି । ବିଗତ ୩ଟି ପର୍ଯ୍ୟାୟରେ ଯେଉଁ ବିଶୃଙ୍ଖଳା ଦେଖ ଦେଇଥିଲା ତାହା ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ନଜର ରଖାଯିବ ବୋଲି ଆର. କେ. ଶର୍ମା ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଆସନ୍ତା ୨୬ ତାରିଖରୁ ଯେଉଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି । ଗଣତି କାର୍ଯ୍ୟରେ ପୋଲିସ୍ ବିଭାଗରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ଏହାସହ ବିଭିନ୍ନ ସ୍ଥାନରେ ସିସି ଟିଭି ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର