ପୁରୀ: ନବଦିନ ଧରି ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡିଚାମଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ଏହି ଚଣ୍ଡିଚାମଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମ୍ନାରେ ରଥ ଉପରେ ଅଧରପଣା ପୂଜା କରାଯାଇଛି। ଚତୁର୍ଦ୍ଧା ମୂର୍ତିଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।
/sambad/media/post_attachments/wp-content/uploads/2018/07/portal-subhadra-237x300.jpg)
ରଥାରୂଢ଼ ଚତୁର୍ଧା ମୂର୍ତି ବୁଧବାର ନୀଳଦ୍ରି ବିଜେ କରିବେ। ଏହା ପୂର୍ବରୁ ଚଣ୍ଡିଚାମଣ୍ଡାଙ୍କୁ ତୃପ୍ତି ଉଦ୍ଦେଶ୍ୟରେ ପରମ୍ପରା ଆଧାରରେ ମଙ୍ଗଳବାର ସିଂହଦ୍ଵାର ଆଗରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥିଲା। ନୀତି ନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହୋଇଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧରହାଣ୍ଡିରେ ପଣା ଭୋଗ କରାଯାଇଥିଲା।
ବୁଧବାର ଅପରାହ୍ନ ୩ ଟାରୁ ସଂଧ୍ୟା ୫ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସଂଧ୍ୟା ସାଢ଼େ ୫ଟାରେ ସିଂହାସନ ମାଜଣା କରାଯିବ। ସଂଧ୍ୟା ୬ଟାରେ ପୁଷ୍ପାଞ୍ଜଳି ପରେ ସାଢ଼େ ୬ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୧ଟାରେ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ତିନି ରଥରୁ ଚାରଫିଟା ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Adhara.jpg)