ଭୁବନେଶ୍ୱର : କଳିଙ୍ଗ ଗୌରବ ଆୱାର୍ଡସ୍ ପକ୍ଷରୁ ଦେଶର ପ୍ରଥମ ଏବଂ ଅନନ୍ୟ କଳିଙ୍ଗ ଟ୍ରାଇବାଲ୍ କୁଇନ୍(ଆଦି ରାଣୀ)-୨୦୧୮ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଆଦିବାସୀ ସମାଜର ମହାନ ସଂସ୍କୃତି, ପରମ୍ପରା ସହିତ ଆଦିବାସୀ ଝିଅମାନଙ୍କର ଅର୍ନ୍ତନିହିତ ପ୍ରତିଭାକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏହା ଏକ ନିଆରା ଉଦ୍ୟମ। କେବଳ ସେତିକି ନୁହେଁ,ଆଦିବାସୀ ମହିଳାଙ୍କ ସଶକ୍ତିକରଣ ଓ ଉତ୍ଥାନ ପାଇଁ ଏଭଳି ପ୍ରତିଯୋଗିତା ଦେଶରେ ପ୍ରଥମ। ୨୦୧୬ ମସିହାରୁ ପ୍ରତିଷ୍ଠିତ କଳିଙ୍ଗ ଗୌରବ ଆୱାର୍ଡସ୍ ଅନୁଷ୍ଠାନ ପକ୍ଷରୁ କଳିଙ୍ଗ ଗୌରବ ଆୱାର୍ଡସ୍, କଳିଙ୍ଗ ସୁନ୍ଦରୀ ଆୱାର୍ଡସ୍ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ବହୁ ଲୁକ୍କାୟିତ ଯୁବ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଜାତୀୟ ତଥା ଅର୍ନ୍ତଜାତୀୟସ୍ତରରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଛି। କେବଳ ସେତିକି ନୁହେଁ ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ସଂସ୍କତିକୁ ବିଶ୍ୱସ୍ତରରେ ଅଧିକ ମାନ୍ୟତା ଦେବାରେ ସଫଳ ହୋଇଛି।
ଆଦି ରାଣୀ-୨୦୧୮ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚାହୁଁଥିବା ପ୍ରତିଯୋଗୀମାନେ ଚଳିତମାସ ୧୯ ତାରିଖ ସୁଦ୍ଧା ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ। ୨୧ ତାରିଖ ଦିନ କିଟ୍ରେ ସେମି-ଫାଇନାଲ୍ ଓ ୨୪ ତାରିଖ ଉତ୍କଳ ମଣ୍ଡପରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଅନୁଷ୍ଠାନର ୱେବ୍ସାଇଟ୍ www.kalingagourava.com ଅଧିକ ସୂଚନା ପାଇପାରିବେ। ଏହାଛଡ଼ା [email protected],,କିମ୍ବା ମୋବାଇଲ୍ ନମ୍ବର- ୭୨୦୫୬୪୬୪୮୫ରେ ଯୋଗାଯୋଗ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/adirani-2018-192x300-copy.jpg)