ରାୟଗଡା: ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆଙ୍କ ଉନ୍ନତି ନେଇ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି। ତେବେ ଏମାନଙ୍କ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ମଧ୍ୟ ଖୋଲି ସେମାନଙ୍କର ସାମାଜିକ, ଆର୍ଥିକ, ଶିକ୍ଷା, ସ୍ବାସ୍ଥ୍ୟରେ ଉନ୍ନତି ନେଇ ଏହି ସଂସ୍ଥା କାମ କରୁଛି। ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଚାଟିକଣା, କାମ୍ବାସି, ପରସାଲି ଭଳି ଗ୍ରାମରେ ବୁଲି ଡଙ୍ଗରିଆଙ୍କର ସୁଖଦୁଃଖ ବୁଝିଥିଲେ। ସରକାରଙ୍କ ତରଫରୁ ଦିଆଯାଇଥିବା ସମସ୍ତ ସୁବିଧା ସୁଯୋଗ ଏମାନେ ପାଉଛନ୍ତି କି ନାହିଁ ସେନେଇ ତଦାରଖ କରିଥିଲେ। ଡଙ୍ଗରିଆଙ୍କ ଘରେ ସରକାରୀ ବାବୁଙ୍କ ପାଦ ପଡିଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ପୂର୍ବରୁ କୌଣସି ସରକାରୀ ବାବୁ ଏଭଳି ଡଂଗରିଆ ଗ୍ରାମକୁ ପରିଦର୍ଶନରେ ଆସିନାହାନ୍ତି ବୋଲି ଗ୍ରାମବାସୀ କହିଥିଲେ।
/sambad/media/post_attachments/wp-content/uploads/2023/11/Rgda-Dangaria-ku-bhetils-ADMO-3-e1700229496517-1024x476.jpg)
ଶ୍ରୀ ପ୍ରଧାନ ସେମାନଙ୍କ ଘର ଦାଣ୍ଡରେ ବସି ସେମାନଙ୍କ ସମସ୍ୟା ସଂପର୍କରେ ବୁଝିଥିଲେ। ଲୋକେ ସରକାରୀ ବାବୁଙ୍କ ନିକଟରେ ସମସ୍ୟାର ପାହାଡ ଲଦି ଦେଇଥିଲେ। ଏହି ଡଂଗରିଆଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ଶ୍ରୀ ପ୍ରଧାନ କହିଥିଲେ। ତେଣୁ ସେ ସେମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ପ୍ରଧାନ ଡଂଗରିଆଙ୍କୁ ଭେଟି ଅନ୍ଧ ବିଶ୍ବାସ ଦୁର କରିବା ସହ କିପରି ସେମାନେ ଶିକ୍ଷା ଗ୍ରହଣ କରି ନିଜେ ସ୍ବାବଲମ୍ବୀ ହେବା ସହ ସରକାରଙ୍କର ସମସ୍ତ ଯୋଜନା ହାତେଇବେ ବୁଝାଇଥିଲେ। ଡଂଗରିଆ ଜନଜାତି ସରକାରୀ ବାବୁଙ୍କୁ ପାଖରେ ପାଇ ତାଂକ ସହ ଫଟୋ ଉଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-Dangaria-ku-bhetils-ADMO-2.jpg)