ରେଂଗାଲି: ସମ୍ବଲପୁର ଜିଲ୍ଲା ଠେଲ୍କୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ୍ କାରଖାନାରେ କ୍ରେନ ଦୁର୍ଘଟଣା ଘଟି ଜଣେ କ୍ରେନ ଅପରେଟରଙ୍କ ମୃତ୍ୟୁ ହୋଇଛି। ଆଦିତ୍ୟ ଆଲୁମିନିୟମର ଠିକା ସଂସ୍ଥା ଏପି କଂଷ୍ଟ୍ରକସନରେ କ୍ରେନ ଅପରେଟର ଭାବରେ କାମ କରୁଥିବା ଦେବଗଡ଼ ଜିଲ୍ଲାର କ୍ଷୀତିଶ ବେହେରା (୩୫) ମଙ୍ଗଳବାର ଦିନ ୧୦ଟା ୩୦ରୁ ୧୧ ଟା ମଧ୍ୟରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ କ୍ଷୀତିଶ ଗୁରୁତର ଆହତ ହୋଇଥିଲେ। କମ୍ପାନି ପକ୍ଷରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାରବର୍ଗଙ୍କୁ ତାଙ୍କ ମୃତ ଦେହ ହସ୍ତାନ୍ତର କରା ଯାଇଥିଲା। ଠେଲ୍କୋଲୋଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଛି। ଆଦିତ୍ୟ ଆଲୁମିନିୟମ୍ ପକ୍ଷରୁ ଘଟଣାକୁ ସ୍ବୀକାର କରାଯିବା ସହ କମ୍ପାନିର ନିୟମ ଅନୁଯାୟୀ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବ ବୋଲି କହାଯାଇଛି।
ଆଦିତ୍ୟ ଆଲୁମିନିୟମ୍ରେ ଦୁର୍ଘଟଣା, ଶ୍ରମିକ ମୃତ
/sambad/media/post_attachments/wp-content/uploads/2020/12/dead_body_of_youth_found_on_national_highway_in_lakhimpur_kheri_1584257493-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)