କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ସାନି ସ୍ଥିତି ନେଇ ବନ୍ଦ ଲଫାପାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ରିପୋର୍ଟକୁ ଆଜି ହାଇକୋର୍ଟରେ ଖୋଲାଯାଇଛି।
ଏ ସଂପର୍କିତ ରିପୋର୍ଟର ନକଲ ମଧ୍ୟ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଛି। ଏହି ଘଟଣାର ତଦନ୍ତ ସମୟରେ ତଦନ୍ତକାରୀ ସଂସ୍ଥା ଅନ୍ୟ ସାକ୍ଷୀଙ୍କ ସହିତ ଏକ ବସ୍ତିର ତିନି ଜଣ ସ୍ବାଧୀନ ସାକ୍ଷୀଙ୍କୁ ଜେରା କରିଥିବାବେଳେ ସେମାନଙ୍କ ରେକର୍ଡ କରାଯାଇଥିବା ବୟାନ ଦାଖଲ କରାଯାଇ ନ ଥିଲା। ଏହି ସାକ୍ଷୀଙ୍କ ସିଆରପିସିର ଧାରା ୧୬୧ରେ ରେକର୍ଡ କରାଯାଇଥିବା ବୟାନ ସହିତ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ସ୍ପଷ୍ଟ କପି ଦାଖଲ ପାଇଁ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ସିବିଆଇ ତଦନ୍ତ ପ୍ରାର୍ଥନା କରି ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଆଉ ଏକ ମାମଲା ଏବେ ହାଇକୋର୍ଟରେ ମଧ୍ୟ ବିଚାରାଧୀନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/aditya-das.jpg)