ଜୟପୁର : ପୁଲିସ ପ୍ରତିଷ୍ଠା ଦିବସରେ ଡିଜିପି ଡିସ୍କ ପୁରସ୍କାରରେ ସମ୍ମାନିତ ହେବେ ଜିଲ୍ଲାର କିଛି ପୁଲିସ ଅଧିକାରୀ। କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିବା ସମୟରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ପୁରସ୍କୃତ କରାଯିବ। ଗତ ୨୦୧୯-୨୦, ୨୦୨୦-୨୧୨ବର୍ଷ ପାଇଁ ସମ୍ବର୍ଦ୍ଧିତ କରାଯିବ। ଏମାନଙ୍କ ମଧ୍ୟରୁ ଜୟପୁର ସଦର ଥାନା ଅଧିକାରୀ ଏସ୍ଆଇ ଆଦିତ୍ୟ ମହାକୁର ଦୁଇବର୍ଷ ପାଇଁ ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ୨୦୧୯-୨୦ ବର୍ଷ ପାଇଁ କୋରାପୁଟ ଜିଲ୍ଲାର ୭ଜଣ ପୁଲିସ ଅଧିକାରୀ ସମ୍ବର୍ଦ୍ଦିତ ହେବେ। ସେମାନଙ୍କ ମଧ୍ୟରୁ ତତ୍କାଳୀନ ଏସପି ତଥା ବର୍ତ୍ତମାନ ରାଉରକେଲାର ଏସପି ମୁକେଶ କୁମାର ଭାମୁ, ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ, ଇନ୍ସପେକ୍ଟର ଧିରେନ୍ କୁମାର ବେହେରା, ରିଜର୍ଭ ଇନ୍ସପେକ୍ଟର ସୁଭାଷ ଚନ୍ଦ୍ର ନାୟକ, ଏସଆଇ ଶିବଶଙ୍କର ସାହୁ, ଆଦିତ୍ୟ ମହାକୁର, ରିଗାନ୍ କିଣ୍ଡୋ ମନୋନୀତ ହୋଇଥିବା ସୂଚନା ମିଳିଛି।
ଏମାନଙ୍କ ମଧ୍ୟରୁ ଏସ୍ଆଇ ଶ୍ରୀ ସାହୁଙ୍କର ରାୟଗଡ଼ା ଜିଲ୍ଲାକୁ ବଦଳି ହୋଇଛି। ସେହିଭଳି ୨୦୨୦-୨୧ ବର୍ଷ ପାଇଁ ୫ଜଣ ଏସ୍ଆଇ ଏହି ପୁରସ୍କାର ପାଇବା ପାଇଁ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ପୁଣି ଥରେ ଏସ୍ଆଇ ଆଦିତ୍ୟ ମହାକୁର ସ୍ଥାନ ପାଇଛନ୍ତି। ଅନ୍ୟମାନେ ହେଲେ ପୁଲିସ ଏସ୍ଆଇ ଦିଲ୍ଲୀପ କୁମାର ପ୍ରଧାନ, ଗୁରୁଦେବ କର୍ମୀ, ସୁଦର୍ଶନ ଅଧିକାରୀ, ଚିତ୍ତରଂଜନ ପ୍ରଧାନୀ। ଜୟପୁର ସଦର ଥାନାରେ ଶ୍ରୀ ମହାକୁର ଯୋଗଦେବା ପର ଠାରୁ ଗଞ୍ଜେଇ ଚାଲାଣ ରୋକିବା, ମାଫିଆ ମାନଙ୍କୁ ଧରିବା ସହ ସଂପତ୍ତି ଜବତ କରି ପୁଲିସର ଗର୍ବ ଓ ଗୌରବକୁ ବଢ଼ାଇଛନ୍ତି। ସେହିଭଳି ରିଗାନ୍ କିଣ୍ଡୋ ଜୟପୁର ଟାଉନ ଥାନାରେ ଯୋଗଦେବା ପରେ ବାଇକ୍ ଚୋରି ରାକେଟକୁ ପର୍ଦ୍ଦାଫାସ କରିବା ସହ ୧୫ରୁ ଅଧିକା ବାଇକ୍ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ସେହିଭଳି ଏସ୍ଆଇ ଦିଲ୍ଲୀପ ପ୍ରଧାନ ସଂପ୍ରତି ଲମତାପୁଟ ଥାନା ଅଧିକାରୀ ଭାବେ କାର୍ଯ୍ୟରତ। ସେ ଏଠାରେ କାର୍ଯ୍ୟରତ ଥିବା ସମୟରେ ବହୁ ଗଞ୍ଜେଇ ଚାଲାଣକାରୀ ଓ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଏହି ଦୁଇବର୍ଷରେ ଏହି ପୁଲିସ ଅଧିକାରୀ ମାନେ ଡିଜିପି ଡିସ୍କ ପୁରସ୍କାର ପାଇଁ ମନୋନୀତ ହୋଇ ଜିଲ୍ଲାକୁ ଗୌରାବାନ୍ବିତ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jeypore.jpg)