ସାଂସଦଙ୍କୁ ଆଦିବାସୀ ସମାଜର ସ୍ମାରକପତ୍ର : କିରିମିରା, ଲଇକେରାକୁ ସିଡ୍ୟୁଲ ବ୍ଲକ ମାନ୍ୟତା ଦାବି

ଭୁବନେଶ୍ବର : ଝାରସୁଗୁଡ଼ା ଜିଲ୍ଲା ଅଧୀନ ଲଇକେରା ଓ କିରିମିରା ବ୍ଲକକୁ ‘ସିଡ୍ୟୁଲ ବ୍ଲକ’ ମାନ୍ୟତା ଦାବି କରିଛି ‘ସମ୍ମିଳିତ ଆଦିବାସୀ ସମାଜ’। ୬ ଆଦିବାସୀ ସଂଗଠନକୁ ନେଇ ଗଠିତ ଏହି ସଂଗଠନର ଆଜି ଏକ ପ୍ରତିନିଧି ଦଳ ସାଂସଦ(ରାଜ୍ୟସଭା) ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଗୁରୁତ୍ବକୁ ଉପଲବ୍ଧି କରି ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବା ପାଇଁ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିନିଧି ଦଳରେ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ସମ୍ମିଳିତ ଆଦିବାସୀ ସମାଜ ଉପସଭାପତି ପଦ୍ମଲୋଚନ ବୁନ୍ଦୁଲା, ସମ୍ପାଦକ ପ୍ରଭାକର ଓରାମ୍‌ ରହିଥିଲେ।

କିରିମିରା ଓ ଲଇକେରାରେ ବସବାସ କରୁଥିବା ଜନସଂଖ୍ୟାର ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବାସିନ୍ଦା ଏହି ସମ୍ପ୍ରଦାୟର ହେଲେ ସିଡ୍ୟୁଲ ବ୍ଲକ ଘୋଷଣା ହେବା ନିୟମ ରହିଛି। ୨୦୧୧ ମସିହା ଜନଗଣନାରେ ଏହି ପ୍ରମାଣ ରହିଥିଲେ ମଧ୍ୟ ଏହି ମାନ୍ୟତା ମିଳି ପାରିନାହିଁ। ଏଣୁ ଏହି ମାନ୍ୟତା ପ୍ରଦାନ ଦିଗରେ ଆନ୍ତରିକତାର ସହ ଉଦ୍ୟମ କରିବା ପାଇଁ ଆଦିବାସୀ ସମାଜ ସ୍ମାରକପତ୍ର ଜରିଆରେ ସାଂସଦଙ୍କୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର