ଆଦିବାସୀ ଉପଦେଷ୍ଟା ପରିଷଦ ପୁନର୍ଗଠିତ

ଭୁବନେଶ୍ୱର : ଆଦିବାସୀ ଉପଦେଷ୍ଟା ପରିଷଦ ପୁର୍ନଗଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରିଷଦରେ ଅଧ୍ୟକ୍ଷ ଓ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏହାର ଉପାଧ୍ୟକ୍ଷ ଅଛନ୍ତି । ପରିଷଦରରେ ଅନ୍ୟ ୧୮ ଜଣଙ୍କୁ ସଦସ୍ୟ ଭାବେ ନିଆଯାଇଛି। ସେମାନେ ହେଲେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌, କୋରାପୁଟ ସାଂସଦ ଝିନ ହିକକା, ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ଯଶୀପୁର ବିଧାୟକ ମଙ୍ଗଳ ସିଂହ ମୁଦି, ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡି, ଡାବୁଗାଁ ବିଧାୟକ ଭୂଜବଳ ମାଝୀ, ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗୋ, ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, ରାୟଗଡ଼ା ବିଧାୟକ ଲାଲ୍‌ ବିହାରୀ ହିମିରିକା, ତେଲକୋଇ ବିଧାୟକ ବେଦବ୍ୟାସ ନାୟକ, ସାରସକଣା ବିଧାୟକ ଭାଦବ ହାଁସଦା, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ଉମରକୋଟ ବିଧାୟକ ସୁବାସ ଗଣ୍ଡ, ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ, ମାଲକାନଗିରି ବିଧାୟକ ଶ୍ରୀ ମାନସ ମାଡ଼କାମି, କେନ୍ଦୁଝରସରକାରୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ. ଲକ୍ଷ୍ମୀପ୍ରିୟା ଦେଇ।

୨୦୧୮ ମସିହା ଜାନୁଆରି ୩୧ ତାରିଖଠାରୁ ଏହି ପରିଷଦ ଦୁଇବର୍ଷ ପାଇଁ କାର୍ଯ୍ୟ କରିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରିନ୍ସିପାଲ୍‌ ସେକ୍ରେଟେରୀ ଅଥବା କମିସନର ତଥା ଶାସନ ସଚିବ ଏହି ଆଦିବାସୀ ଉପଦେଷ୍ଟା ପରିଷଦର ସଚିବ ଭାବେ କାର୍ଯ୍ୟ କରିବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର