ବାଇକ୍‌ ଧକ୍କାରେ ଏଡିଜେ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଲଲେଇ ବିଜୁ ଛକ ନିକଟରେ ମୋଟରବାଇକ୍‌ ଧକ୍କାରେ ସୁନ୍ଦରଗଡର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (ଏଡିଜେ) ମହେନ୍ଦ୍ର କୁମାର ସୂତ୍ରଧର ଗୁରୁତର ହୋଇଛନ୍ତି। ରାତିରେ ପ୍ରାୟ ୮ଟାରେ ବିଚାରପତି ଶ୍ରୀ ସୂତ୍ରଧର ଚାଲି ଚାଲି ରହୁଥିବା ଡାକବଙ୍ଗଳାକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବା ମୋଟରବାଇକ୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଉପଖଣ୍ଡୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି। ଲହୁଣିପଡା ପୁଲିସ ମୋଟରବାଇକ୍‌ ଚାଳକ ଝାରବେଡାର ବିଜୟ ଓରାମକୁ ଥାନାରେ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ ବଣାଇ କୋର୍ଟରେ ତିନି ଦିନିଆ ପକ୍‌ସୋ କୋର୍ଟ ଚାଲିଥିଲା। ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀ ସୂତ୍ରଧର ମାମଲାର ଶୁଣାଣୀ ପାଇଁ ଆସିଥିଲେ।

ସମ୍ବନ୍ଧିତ ଖବର