ସାମାଜିକ ଦୂରତା ଉଂଲଘନ ଅଭିଯୋଗ : ବାରିପଦାରେ ୧୪ ଦୋକାନ ସିଲ୍ ପାଇଁ ପ୍ରଶାସନର ନୋଟିସ

ବାରିପଦା : ଲକ୍‌ଡାଉନ ସମୟରେ ସାମାଜିକ ଦୂରତା ଉଂଲଘନ କରିଥିବା ଅଭିଯୋଗରେ ବାରିପଦା ତହସିଲ ପକ୍ଷରୁ ବାରିପଦା ପୌରପରିଷଦ ଅଧିନରେ ଥିବା ୧୪ଟି ଭିନ୍ନ ଭିନ୍ନ ଦୋକାନକୁ ସିଲ୍ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଲକ୍‌ଡାଉନ ମାର୍ଗଦର୍ଶିକାକୁ ଅଣଦେଖା କରିବା ସହିତ ଉକ୍ତ ଦୋକାନଗୁଡ଼ିକ ନିକଟରେ ଗହଳି ହେଉଥିବାରୁ ୧୪ ଗୋଟି ଦୋକାନକୁ ସିଲ କରାଯିବା ନିମନ୍ତେ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ନିର୍ଦ୍ଦେଶ ଦେଇଛନ୍ତି। ସହର ମଧ୍ୟରେ ଥିବା ମା ଅମ୍ବିକା ଶାଢ଼ୀ ହାଉସ, ବବ୍ଲୁ ସୁ, ବ୍ୟାଗ୍ ସେଣ୍ଟର୍, ନମିତା ମ୍ୟାଚିଂଗ୍ ସେଣ୍ଟର, ମ୍ୟାଚିଙ୍ଗ୍ ପଏଣ୍ଟ୍, ଅମ୍ବିକା ବ୍ଲାଉଜ୍ ସେଣ୍ଟର୍, କ୍ରିଷ୍ଣା ସେଣ୍ଟର୍, ରୁପା ମ୍ୟାଚିଙ୍ଗ୍ ସେଣ୍ଟର୍, ରଶ୍ମି ଲେଡିଜ୍ କର୍ଣ୍ଣର, ସୁବାଷ ଷ୍ଟୋର, ସାହୁ ଅଟୋ ପାର୍ଟସ, ସିଦ୍ଧାର୍ଥ ଡ୍ରେସେସ୍, ନିଗମ ଡ୍ରେସ, ଅମ୍ବିକା ଡ୍ରେସ୍ ପ୍ରମୁଖ ଦୋକାନ ଗୁଡିକର ମାଲିକମାନଙ୍କୁ ନୋଟିସ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର