କବାଟବନ୍ଧ : ୧୮ କ୍ରସରକୁ ପ୍ରଶାସନର ନୋଟିସ

କବାଟବନ୍ଧ : ଅନୁମତିଠାରୁ ଅଧିକ କଳାପଥର ଗଚ୍ଛିତ ରଖିଥିବା ବିଛାଖଣ୍ତି ତଥା ଅଞ୍ଜିରା ଅଞ୍ଚଳର ୧୮ଟି କ୍ରସରକୁ ରାଜସ୍ବ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ୩ ଦିନ ମଧ୍ୟରେ ନୋଟିସର ଉତ୍ତର ଦେବା ସହ ଜରିମାନା ଦାଖଲ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସୂଚନା ମୁତାବକ ବିଛାଖଣ୍ତି ତଥା ଅଞ୍ଜିରା ଅଞ୍ଚଳରେ ଥିବା ୧୮ଟି କ୍ରସର ୟୁନିଟର ମାଲିକ ଅନୁମତିଠାରୁ ଅଧିକ କଳାପଥର ମହଜୁଦ ରଖିଥିବାନେଇ ରାଜସ୍ବ ବିଭାଗ ଜାଣିବାକୁ ପାଇଥିଲା। ସେଥିପାଇଁ ସଂପୃକ୍ତ କ୍ରସର ୟୁନିଟର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରାଯାଇଛି। ୩ଦିନ ମଧ୍ୟରେ ନୋଟିସର ଜବାବ ଦେବା ସହ ଅନୁମତିଠାରୁ ଅଧିକ ରଖିଥିବା କଳାପଥର ବାବଦ ଜରିମାନା ଦେବା ପାଇଁ କୁହାଯାଇଛି।

ଅଞ୍ଜିରା ମୌଜାର ୧୧ଟି ତଥା ବିଛାଖଣ୍ତି ମୌଜାର ୭ଟି କ୍ରସରକୁ ନୋଟିସ ହୋଇଥିବାର ଜଣାଯାଇଛି। ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ବଳରାମପୁର ସର୍କଲ-୨ ଆରଆଇ ସୁଶାନ୍ତ କୁମାର ସ୍ବାଇଁ, ଡଙ୍କାରୀ ଆରଆଇ ମନୋଜ କୁମାର ସାମଲ, କାଏମା ଆରଆଇ ବିରଞ୍ଚି ବୋଇତେଇଙ୍କ ସମେତ ରାଜସ୍ବ ବିଭାଗର କର୍ମଚାରୀ ପୁଲିସ ଫୋର୍ସ ସହ ଉକ୍ତ କ୍ରସର ୟୁନିଟଗୁଡିକୁ ଯାଇ ନୋଟିସ ଦେଇଛନ୍ତି। ଆଗାମୀ ଦିନରେ ବେଆଇନ କ୍ରସର ୟୁନିଟ ଉପରେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର