ଜୟପୁର: ଆଉ କେଇଟା ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ଜାତୀୟ ନିର୍ବାଚନ କମିସନ ଓ ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ମଣ୍ଡଳୀ ୱାରି ଏବେ ପ୍ରଶାସନିକସ୍ତରରେ ସଜବାଜ, ତାଲିମ, ପ୍ରଶିକ୍ଷଣ, ବିଭିନ୍ନ ତଥ୍ୟ ସଂଗ୍ରହ ଆଦି ଆରମ୍ଭ ହୋଇଛି। ଏହି କ୍ରମରେ ଜାନୁଆରି ୨୦ରେ ସେକ୍ଟର ଅଫିସରଙ୍କୁ ନେଇ ପ୍ରାରମ୍ଭିକ ପ୍ରଶିକ୍ଷଣ ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Advertisment

ଗତ ସାଧାରଣ ନିର୍ବାଚନ‌ରେ କେଉଁ ବୁଥ ଦୁର୍ଗମ ଗାଁ ରହିଥିଲା। ସେହି ଗାଁକୁ ରାସ୍ତା ଥିଲା ନା ନାହିଁ। ଅତ୍ୟନ୍ତ ସମ୍ବେଦନଶୀଳ ନା ସମ୍ବେଦନଶୀଳ, ଆଇନ୍ ଗତ ଶାନ୍ତି ଶୃଙ୍ଖଳା ସମସ୍ୟା କିଛି ଉପୁଜିଥିଲା କି,୯୦ପ୍ରତିଶତରୁ ଉର୍ଦ୍ଧ୍ବ ମତ ଦାତା ମତ ଦାନ କରିଥିଲେ କି, କୌଣସି ଦଳର ପ୍ରାର୍ଥୀ ୭୫ପ୍ରତିଶତରୁ ଅଧିକା ଭୋଟ ପାଇଥିଲେ କି, କିଛି ଗାଁର ଲୋକେ ଭୋଟବର୍ଜନ କରିଥିଲେ କି, ୧୦ପ୍ରତିଶତରୁ କମ୍ ଭୋଟ ପଡ଼ିଥିଲା କି, ଆଦିର ତଥ୍ୟ ସଂଗ୍ରହ କରାଯାଉଛି। ମାଷ୍ଟ୍ରର ଟ୍ରେନର ପ୍ରଶିକ୍ଷଣ ନେଇକି ଆସିଲେ ନିୟମିତ ବ୍ୟବଧାନରେ ନିର୍ବାଚନପରିଚାଳନା କରିବାକୁ ଥିବା ସମସ୍ତ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି।

ସେଭଳି କିଛି ନୂଆ ତଥ୍ୟ ଆସିଲେ ସେ ଅନୁଯାୟୀ ତଥା ସମ୍ବେଦନଶୀଳ, ଅତ୍ୟନ୍ତ ସମ୍ବେଦନଶୀ, ବୁଥ ରିଗିଂ ଆଦି ବୁଥ ଗୁଡିକରେ ଏଥରକ ସିସିଟିଭି କ୍ୟାମେରା ଖଂଜିବା ଯୋଜନା କରିଛି  ନିର୍ବାଚନ କମିଶନ।   ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ମୁକ୍ତ ଭାବେ କରିବା ପାଇଁ ନିର୍ବାଚନକମିଶନ ଜାରୀ କରିଥିବା ଏସଓପି (ମାର୍ଗଦର୍ଶିକା)କୁ ସଂପୁର୍ଣ୍ଣ ରୁପେ ଯେଭଳି ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀ ମାନେ ପାଳନ କରିବେ ସେ ଦିଗରେ ପ୍ରଶିକ୍ଷଣ‌ରେ ପରାମର୍ଶ ଦିଆଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା।