କାଶୀନଗର : ଗଜପତି ଜିଲ୍ଲା କାଶୀନଗର ତହସିଲ ଅନ୍ତର୍ଗତ ହାଡୁଭାଙ୍ଗି ଅଞ୍ଚଳରେ ଥିବା ଖାତା ନମ୍ବର ୮୨, ପ୍ଲଟ ନମ୍ବର ୮୧୩, ୧୯୭୪ ପୂର୍ବରୁ ଆନ୍ଧ୍ର ସରକାରଙ୍କ ମଣ୍ଡଳ ପରିଷଦ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଥିବା ନେଇ ଉତ୍କଳ ହିତୈଷିଣୀ ସମାଜ ଗତକାଲି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିଦ୍ୟାଳୟକୁ ବନ୍ଦ କରାଯିବ ବୋଲି କହିଛି। ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି, ଆନ୍ଧ୍ର ସରକାର କୌଣସି ସ୍କୁଲ ଓଡ଼ିଶା ସୀମା ଭିତରେ ଚଳାଇ ପାରିବେ ନାହିଁ। ତେବେ ଆନ୍ଧ୍ର ସରକାରଙ୍କ କତ୍ତୁରୁ ମଣ୍ଡଳ ତହସିଲଦାର ପି.ବାଳା ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ଏହା ଆନ୍ଧ୍ରର ଓ ଏଥିରେ କୌଣସି ବିବାଦ ନାହିଁ ବୋଲି କହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଉତ୍କଳ ହିତୈଷିଣୀ ସମାଜ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୀମା ବିବାଦ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଓଡ଼ିଶାର ହଡୁଭାଙ୍ଗୀ ମୌଜାରେ ଆନ୍ଧ୍ର ସରକାରଙ୍କ ବିଦ୍ୟାଳୟ ଚାଲିଥିବା ରାଜସ୍ବ ଖାତିୟାନରୁ ଜଣାଯାଇଛି। ବିଦ୍ୟାଳୟ ଥିବା ଜମି ଏକ ରୟତି କିସମ ଏବ˚ ଏହାର ମାଲିକାନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟମାନଙ୍କ ନାମରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/gajapati-school.jpg)