ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୨ ବିଜ୍ଞପିତ ଅଂଚଳ ଓ ୨ ପୌର ପରିଷଦର ନିର୍ବାଚନ ପରିଚାଳନା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଅଧ୍ୟକ୍ଷ ଓ କାଉନ୍ସିଲର ପାଇଁ ଦୁଇଟି ଭିନ୍ନ ବୈଦ୍ୟୁତିକ ମତଦାନ ଯନ୍ତ୍ର (ଇଭିଏମ୍) ବ୍ୟବହାର କରାଯିବ । ଏଥିପାଇଁ ୪ ପୌରାଂଚଳରେ ନିର୍ବାଚନ ନିମନ୍ତେ ମୋଟ ୩୨୮ଟି ଇଭିଏମ୍ ବ୍ୟବହାର କରାଯିବ । ଏହାସହ ୨୫ ପ୍ରତିଶତ ଅତିରିକ୍ତ ଇଭିଏମ୍ ଜରୁରୀ ସେବା ପାଇଁ ସଂରକ୍ଷିତ ରହିଛି ।
ଖୋର୍ଦ୍ଧା ପୌରପାଳିକାର ୨୨ଟି ୱାର୍ଡ଼ର ୪୪ଟି ମତଦାନ କେନ୍ଦ୍ରରେ ୧୧୦ଟି ଇଭିଏମ୍, ଜଟଣୀ ପୌରାଂଚଳର ୨୩ଟି ୱାର୍ଡ଼ର ୫୪ଟି ବୁଥ ପାଇଁ ୧୩୫ଟି ଇଭିଏମ୍, ବାଲୁଗାଁ ଏନ୍ଏସିର ୧୧ଟି ୱାର୍ଡ଼ର ୧୬ଟି ବୁଥ ପାଇଁ ୪୦ଟି ଇଭିଏମ୍ ଓ ବାଣପୁର ଏନ୍ଏସିର ୧୫ଟି ୱାର୍ଡ଼ର ୧୭ଟି ବୁଥ ପାଇଁ ୪୩ଟି ଇଭିଏମ୍ ବ୍ୟବହୃତ ହେବ । ୧୫ ଓ ୧୬ ତାରିଖରେ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ ହେବ । ନିର୍ବାଚନରେ ୧୬୫ଟି ଯାନ ଓ ୧୫୫ ଜଣ ପ୍ରିଜାଇଡିଂ ଅଧିକାରୀ ନିୟୋଜିତ ହେବେ ।
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାନ୍ତି, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ପ୍ରାଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/12-12.jpg)