ସମ୍ବଲପୁର: ଓଡ଼ିଶା ସରକାରଙ୍କ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନା ‘ଦମନ’ ଉପରେ ଆଧାରିତ ବହୁଚର୍ଚ୍ଚିତ ଓଡ଼ିଆ ସିନେମା ଦମନକୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ଦେଖିଛନ୍ତି।

Advertisment

ଜିଲ୍ଲାପାଳ ଅନନ୍ୟା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳ, ସମ୍ବଲପୁର ମହାନଗର ନିଗମ କମିସନର ପ୍ରଦୀପ ସାହୁ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପଙ୍କଜ ପଟେଲ, ଡିପିଏମ ମୌସୁମୀ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗୀରଥି ପଟେଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ସୁମିତ୍ରା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଆଇଲେକ୍ସରେ ଏକତ୍ର ସିନେମାକୁ ଉପ‌େଭାଗ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଜଣେ ଡାକ୍ତରଙ୍କ ସଂଘର୍ଷମୟ କଥାବସ୍ତୁକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି। ସବୁ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଚଳଚ୍ଚିତ୍ର ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା।