ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯାମିନୀ ଷଡ଼ଙ୍ଗୀ ପୁଣି ଥରେ ଜଗତସିଂହପୁରକୁ ଜିଲ୍ଲାପାଳ ଭାବରେ ଫେରିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କୁ ବରଗଡ଼ ଜିଲ୍ଲାପାଳ ଦାୟିତ୍ୱ ମିଳିଥିଲା। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ବରଗଡ଼ ଜିଲ୍ଲାପାଳ ଭାବରେ ନିଯୁକ୍ତି ମିଳିଛି। ସେହିଭଳି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଖଗେନ୍ଦ୍ର ପାଢ଼ୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପୂର୍ବରୁ ଖଗେନ୍ଦ୍ର ପାଢ଼ୀ ବରଗଡ଼ର ଜିଲ୍ଲାପାଳ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp