ଜୁଲାଇ ୨୦ରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଚଳିତ ମାସ ୨୦ ତାରିଖରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ।
ସେ କହିଛନ୍ତି, ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀ ପାଇଁ ନାମଲେଖା ଲାଗି ଆବେଦନ କରିପାରିବେ। ଆଇସିଏସଇ ଓ ସିବିଏସଇର ଦଶମ ଶ୍ରେଣୀର ପରୀକ୍ଷାଫଳ ଏଯାଏ ବାହାରିନି। ତେଣୁ ଆବଶ୍ୟକସ୍ଥଳେ ନାମଲେଖା ଲାଗି ଆବେଦନ ତାରିଖ ଘୁଞ୍ଚିପାରେ। ସେହିପରି ସିଟ ସମସ୍ୟା ଉପୁଜିଲେ ଆବଶ୍ୟକସ୍ଥଳେ ସିଟ୍ ସଂଖ୍ୟା ବଢ଼ାଯିବ।

ସମ୍ବନ୍ଧିତ ଖବର