ଖାଲି ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଆଜି ନାମଲେଖା‌

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ‌ମେଡିକାଲ କଲେଜରେ ଖାଲିଥିବା ୧୦ଟି ଏମ୍‌ବିବିଏସ୍‌ ସିଟ୍‌ଗୁଡ଼ିକ ପାଇଁ ଶୁକ୍ରବାର ପୁଣିଥରେ କାଉନସେଲିଂ ହେବ। ଏସ୍‌ସିବି ମେଡିକାଲ କଲେଜର ୫ଟି ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ ବଲାଙ୍ଗୀର ମେଡିକାଲ କଲେଜର ୨ଟି, ଭିଏସ୍‌ଏସ୍‌ ବୁର୍ଲା, ବାରିପଦା ମେଡିକାଲ କଲେଜ ଓ ବା‌‌ଲେଶ୍ବର ମେଡିକାଲ କଲେଜର ଗୋଟିଏ ଲେଖାଏ ସିଟ୍‌ରେ ନାମଲେଖା ହେବ। ଓଜେଇଇରେ ପଞ୍ଜୀକରଣ କରିଥିବା ଓ ଏମ୍‌ବିବିଏସ୍‌ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ।

ସମ୍ବନ୍ଧିତ ଖବର