ବିଏଏମ୍‌ଏସ୍‌ ଓ ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମରେ ନାମଲେଖା : ୨୪ ଓ ୨୫ ତାରିଖରେ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ବିଏଏମ୍‌ଏସ୍‌ ଓ/ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମରେ ଖାଲି ଥିବା ସିଟ୍‌ ପାଇଁ ଆସନ୍ତା ୨୪ ଓ ୨୫ ତାରିଖରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ସର୍ବଭାରତୀୟ ନିଟ୍‌(‌ୟୁଜି) ରୢାଙ୍କଧାରୀ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଭାଗ ନେଇପାରିବେ। ୨୪ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଏସ୍‌ସି,ଏସ୍‌ଟି ଓ ଇଏସ୍‌ ବର୍ଗର ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ଥିବା ବେଳେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ ମଧ୍ୟରେ ନିଟ୍‌ରେ ୨୫ ହଜାରରୁ ୧ ଲକ୍ଷ ୫୦ ହଜାର ମଧ୍ୟରେ ଥିବା ଛାତ୍ରଛାତ୍ରୀ ଓ ଅପରାହ୍‌ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ୧ ଲକ୍ଷ ୫୦ ହଜାର ୧ରୁ ୪ ଲକ୍ଷ ରୢାଙ୍କ ମଧ୍ୟରେ ଥିବା ଛାତ୍ରଛାତ୍ରୀ ରିପୋର୍ଟିଂ କରିପାରିବେ। ୨୫ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନିଟ୍‌ରେ ୪ ଲକ୍ଷ ୧ ରୢାଙ୍କରୁ ୭ ଲକ୍ଷ ରୢାଙ୍କ ମଧ୍ୟରେ ଥିବା ଛାତ୍ରଛାତ୍ରୀ, ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ୭ ଲକ୍ଷ ୧ରୁ ୯ ଲକ୍ଷ ୫୦ ହଜାର ଓ ଅପରାହ୍‌ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ୯ ଲକ୍ଷ ୫୦ ହଜାର ୧ରୁ ଅଧିକ ରୢାଙ୍କର ଛାତ୍ରଛାତ୍ରୀ ରିପୋର୍ଟିଂ କରିପାରିବେ। ସ୍ପଟ୍‌ ରାଉଣ୍ଡରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ତୁରନ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବାକୁ ଓଜେଇଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର