ରାଜଧାନୀ କଲେଜରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ନାମଲେଖା ମାମଲା: ୬ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍‌

ଭୁବନେଶ୍ବର : ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ରାଜଧାନୀ ମହାବିଦ୍ୟାଳୟରେ ନାମ ଲେଖାଇଥିବା ୬ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଳତା‌ଡ଼ ପରେ ୨୦୨୧-୨୨ ଶିକ୍ଷାବର୍ଷରେ ଉକ୍ତ ଛାତ୍ରଛାତ୍ରୀ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ନାମ ଲେଖାଇଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ସେମାନଙ୍କ ନାମଲେଖା ବାତିଲ୍‌ କରାଯାଇଛି। ଏଥିସହ ସାମ୍‌ସ ୱେବସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ ବିଭାଗୀୟ ଉପନିର୍ଦେଶକ ରାଜେଶ କୁମାର ସାହୁ ଆଜି ଓକାକ୍‌ ଜିଏମ୍‌ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର