ଭୁବନେଶ୍ୱର: ରାଜ୍ୟରେ ଥିବା ହୋମିଓପାଥିକ ଏବଂ ଆୟୁର୍ବେଦିକ କଲେଜରେ ନାମଲେଖା ଲାଗି ଅକ୍ଟୋବର ୧୧(ଆଜି)ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ପଞ୍ଜୀକରଣ, ଚଏସ୍ ଫିଲିଂ ଏବଂ ଲକିଂ କରାଯିବ। ୨୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଅସ୍ଥାୟୀ ସିଟ୍ ଆଲଟ୍ମେଣ୍ଟ ଅନୁଷ୍ଠିତ ହେବ। ୨୨ ଏବଂ ୨୩ ତାରିଖରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ହେବାକୁ ଥିବା ନୋଡାଲ ସେଣ୍ଟରରେ ଅସ୍ଥାୟୀ ସିଟ୍ ଆଲଟ୍ମେଣ୍ଟ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୨୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ଥାୟୀ ସିଟ୍ ଆଲଟମେଣ୍ଟ ହେବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ଲାଗି ୨୬ ତାରିଖରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୨୩ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ରିପୋଟିଂ କରିବାକୁ କୁହାଯାଇଛି। ନାମଲେଖା ପରେ ଯଦି କୌଣସି ସିଟ୍ ବଳକା ରହିବ ସେଥିପାଇଁ ୩୦ ଏବଂ ୩୧ ତାରିଖରେ ସ୍ପଷ୍ଟ ନାମଲେଖା ଅନୁଷ୍ଠିତ ହେବ। ଓଜେଇଇରୁ ର୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ହିଁ ଏହି ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ତୁଷାର ନାଥ କହିଛନ୍ତି।
ହୋମିଓପାଥିକ୍ରେ ଭୁବନେଶ୍ୱରସ୍ଥିତ ଅଭିନ୍ନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ସିଟ୍ ସମେତ ରାଉରକେଲାର ଉତ୍କଳ ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁରସ୍ଥିତ ଓଡ଼ିଶା ମେଡିକାଲ କଲେଜ ହସ୍ପିଟାଲ ଓ ରିସର୍ଚ୍ଚ ଏବଂ ବ୍ରହ୍ମପୁରସ୍ଥିତ ବିପିଏଚ୍ଏମ୍ସି ଆଣ୍ଡ ଏଚ୍ର ୨୫ଟି ଲେଖାଏ ସିଟ୍ରେ ନାମଲେଖା ହେବ। ସେହିପରି ଆୟୁର୍ବେଦିକରେ ବରଗଡ଼ସ୍ଥିତ ଏସ୍ଏସ୍ଏନ୍ ଆୟୁର୍ବେଦ କଲେଜର ୫୦ ସିଟ୍ ସମେତ ବଲାଙ୍ଗିରସ୍ଥିତ ସରକାରୀ ଆୟୁର୍ବେଦ କଲେଜର ୪୦ ସିଟ୍, ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗଞ୍ଜାମର କେ.ଏ.ଟି.ଏସ୍. ଆୟୁର୍ବେଦ କଲେଜ ଓ ହସ୍ପିଟାଲର ୩୦ଟି ଲେଖାଏ ସିଟ୍ ଲାଗି ଚଳିତବର୍ଷ ନାମ ଲେଖା ହେବ।
ଆଜିଠୁ ହୋମିଓପାଥିକ୍ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା
୧୭ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2017/10/download-1-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)