ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖାର ସମୟ ସୀମା ବଢିଲା

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମା ବଢିଥିବା ନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି | ଏହି ନାମଲେଖାକୁ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି।

ନାମଲେଖା ପ୍ରକ୍ରିୟା ସମୟରେ କୋଭିଡ୍ ନିର୍ଦେଶାବଳୀ ଉପରେ କଡା ନଜର ରଖିବା ପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସମସ୍ତ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜଙ୍କୁ ପୂର୍ବରୁ ନିର୍ଦେଶ ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଧିକ ସଂଖ୍ୟକ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପରିଦର୍ଶନ କରିବାକୁ ବି ନିର୍ଦେଶ ଦିଆଯାଇଛି।

ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜମାନଙ୍କୁ ସିବିଏସଇ ଓ ଆଇସିଏସ୍ଇ ଛାତ୍ରମାନଙ୍କର ଡିଜିଲକର୍ ସାର୍ଟିଫିକେଟ୍ ଜରିଆାରେ ନାମଲେଖା କରିବାକୁ ଅନୁରୋଧ କରାଯାଇଛି | ତେବେ ନାମଲେଖା ତାରିଖଠାରୁ ଏକ ମାସ ମଧ୍ୟରେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦେବାକୁ ସେହି ଛାତ୍ରଛାତ୍ରୀମାନଙ୍କୁ କୁହାଯିବାକୁ ବି ନିର୍ଦେଶ ଦିଆଯାଇଛି। |

ସମ୍ବନ୍ଧିତ ଖବର