ଆଦର୍ଶ ବିଦ୍ୟାଳୟ ପାଇଁ ୨୦୦ ଶିକ୍ଷକ ପଦବି ସୃଷ୍ଟି

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨୦୦ ଶିକ୍ଷକ ଓ ୪୦ଟି ଅଣଶିକ୍ଷକ ପଦବି ସୃଷ୍ଟି କରାଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବିଗୁଡ଼ିକରେ ନିୟମିତ ଭାବେ ନିଯୁକ୍ତି ଦିଆଯିବ। ଏଥିରେ ୧୦ଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପଦ ରହିଛି। ଏଥିସହ ଇଂରାଜୀ, ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ, କମ୍ପ୍ୟୁଟର ସାଇନ୍ସ, ଓଡ଼ିଆ, ହିନ୍ଦୀ ବିଭାଗ ପାଇଁ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌ ଟିଚର)ଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଇଂରାଜୀ, ସୋସିଆଲ୍‌ ଷ୍ଟଡିଜ୍‌, ଓଡ଼ିଆ, ଗଣିତ, ସାଇନ୍ସ, ହିନ୍ଦୀ, ସଂସ୍କୃତରେ ଟିଜିଟିମାନଙ୍କୁ ନିଯୁକ୍ତି ମିଳିବ। ପିଇଟି, ସଙ୍ଗୀତ ଶିକ୍ଷକ, ଲାଇବ୍ରେରିଆନ୍‌, ଜୁନିଅର କ୍ଲର୍କ କମ୍‌ ଆକାଉଣ୍ଟାଣ୍ଟ, ୪ର୍ଥ ଶ୍ରେଣୀ(ସାଇନ୍ସ ଆଟେଣ୍ଡାଣ୍ଟ, ଅଫିସ୍‌ ପିଅନ, ରାତ୍ରି ଜଗୁଆଳ, ଝା‌ଡ଼ୁଦାର) ପଦବି ରହିଛି।

ସମ୍ବନ୍ଧିତ ଖବର