ଭୁବନେଶ୍ୱର: ଦିନକ ପରେ ରଂଗର ପର୍ବ ହୋଲି। ସମଗ୍ର ଦେଶ ସହିତ ଓଡ଼ିଶାର ଗାଁ ଗହଳିରେ ମଧ୍ୟ ଏହି ପର୍ବ ହର୍ଷୋଲ୍ଲାସରେ ପାଳିତ ହେବ। ସହରାଂଚଳରେ ହୋଲିର ଉତ୍ସାହ ଅଧିକ ଥିବାରୁ ଶାନ୍ତିଶୃଙ୍ଖଳା ପାଇଁ ଭୁବନେଶ୍ୱର-କଟକ କମିସନରେଟ ପୁଲିସ ପକ୍ଷରୁ ବୁଧବାର ପରାମର୍ଶ ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ହୋଲି ଅବସରରେ ମାର୍ଚ୍ଚ ୨୧ ଓ ୨୨ରେ ଭୁବନେଶ୍ୱର ଓ କଟକ ସହରରେ ୧୫ ପ୍ଲାଟୁନ ପୁଲିସ ମୁତୟନ ହେବେ।
/sambad/media/post_attachments/wp-content/uploads/2019/03/Cp.jpg)
ହୋଲି ପାଳନ ପାଇଁ ଯୁବପିଢ଼ି, ଗୋଷ୍ଠୀ ସଡ଼କ ଉପରକୁ ଓହ୍ଲାଇବେ। ଏହି ସମୟରେ କିଛି ଖଳ ପ୍ରକୃତିର ଲୋକ ପୂର୍ବ ଶତ୍ରୁତାର ପ୍ରତିଶୋଧ ମଧ୍ୟ ନେଇଥାନ୍ତି। ସେହିପରି ସାଂପ୍ରଦାୟିକ ହିଂସା ମଧ୍ୟ ହେବାର ସମ୍ଭାବନା ଥାଏ। ସେଥିପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ୧୬ ସ୍ପେଶାଲ ମୋବାଇଲ ୨୮ ଆର୍ମ ପିକେଟିଂ ଗ୍ରୁପ ବ୍ୟବସ୍ଥା କରିବ। ଏଥି ସହିତ ହୋଲି ପାଇଁ ୫ ଷ୍ଟ୍ରାଇକିଂ ଫୋର୍ସ ଏବଂ ଓଡ୍ରାଫ ଟିମ୍ ମଧ୍ୟ ପ୍ରସ୍ତୁତ ରହିବେ।
କଟକରେ ୧୦ ପ୍ଲାଟୁନ ପୁଲିସ ମୁତୟନ ରହିବେ। ସେହିପରି ୮ ସ୍ପେଶାଲ ମୋବାଇଲ ଓ ୨୫ ଆର୍ମ ପିକେଟିଂ ଗ୍ରୁପ ସହିତ ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିବେ। ଶିକ୍ଷାନୁଷ୍ଠାନ ଉପରେ ପୁଲିସ ନଜର ରଖିବ। ବିପଦଯୁକ୍ତ ରସାୟନ ରଂଗ ନ ଖେଳିବାକୁ କମିସନରେଟ ପୁଲିସ ପରାମର୍ଶ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Holi.jpg)