୨୫ରେ ଓକିଲ ସଂଘ ନିର୍ବାଚନ

ଝାରସୁଗୁଡ଼ା: ଆସନ୍ତା ୨୫ ତାରିଖ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ନିର୍ବାଚନ। ପ୍ରାର୍ଥିପତ୍ର ଦାଖଲ, ପ୍ରତ୍ୟାହାର ଓ ଯାଞ୍ଚ ପରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ସଭାପତି ଦୌଡ଼ରେ ଅଛନ୍ତି ୪ ଜଣ। ସେମାନେ ହେଲେ ବିଜୟ କୁମାର ଷଡ଼ଙ୍ଗୀ, ରାଧାକାନ୍ତ ସା, ସିୟାରାମ ଦାସ ଓ ତ୍ରିନାଥ ଗୁଆଲ। ଉପସଭାପତି ପଦପାଇଁ ଅମୀୟ ପାଣିଗ୍ରାହୀ ଓ ଦେବେନ୍ଦ୍ର ତିୱାରୀ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ଅସିତ କୁମାର ବେହେରା ଓ ସୁନିଲ କୁମାର ଦାଶଙ୍କ ଭିତରେ ହେବ ଦ୍ବିମୁଖୀ ଲଢ଼େଇ।

ସେହିପରି କୋଷାଧ୍ୟକ୍ଷ ପଦ ପାଇଁ ବିକାଶ ପଣ୍ଡା ଓ ରଶ୍ମିରାଣୀ ପଣ୍ଡାଙ୍କ ମଧ୍ୟରେ ହେବ ପ୍ରତିଦ୍ବନ୍ଦ୍ବିତା। ପାଞ୍ଚଟି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ରହିଛନ୍ତି ୬ ଜଣ। ସେମାନେ ହେଲେ ଅହଲ୍ୟା ନାଏକ, ଅକ୍ଷୟ ନାଏକ, କଳ୍ପନା ସାହୁ, ପ୍ରଭୁ ଚରଣ ଆଇଣ୍ଡ, ସଞ୍ଜିବ ପାଟ୍ଟଯୋଶୀ ଓ ଶୁଭ୍ରାନ୍ତ ଭୋଇ। ତେଣୁ ଜଣେ ବାଦ୍ ପଡ଼ିବା ସୁନିଶ୍ଚିତ। ଏଥିସହ ଦୁଇଟି ଯୁଗ୍ମ ସମ୍ପାଦକ ପଦ ପାଇଁ ମନୀଷ ବାଜପାୟୀ ଓ ସଞ୍ଜିତ ପ୍ରସାଦ ରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶୁଭଳେନ୍ଦୁ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର