ପୁରୀରେ କୋର୍ଟମିତ୍ରଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାଣୀ

ପୁରୀ : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ମାମଲାର ଶୁଣାଣି ପରେ ଆଜି ଶ୍ରୀମନ୍ଦିର ପାଇଁ ନିଯୁକ୍ତ ଆମିକସକ୍ୟୁରୀ (କୋର୍ଟମିତ୍ର) ରଂଜିତ କୁମାରଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାଣୀ ପୁରୀ ଗସ୍ତକୁ ନେଇ ଚର୍ଚ୍ଚା ଜୋରଧରିଛି। ପ୍ରିୟା ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେବେ ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ଥିବା କହିଛନ୍ତି।

ଅନ୍ୟପକ୍ଷରେ ପ୍ରିୟା ଆଜି ବିଭିନ୍ନ ପ୍ରସଙ୍ଗରେ ବିସ୍ଥାପିତଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ୭୫ ମିଟର ଉଚ୍ଛେଦ ଚାଲିଥିବାରୁ ପ୍ରିୟା ଏ ନେଇ ବ୍ୟକ୍ତିଗତ ଭ‌ାବେ କିଛି ପରିବାର ସହିତ ଆଲୋଚନା ମଧ୍ୟ କରିଛନ୍ତି। ଉଠା ଦୋକାନୀ ଓ ବ୍ୟବସାୟୀମାନେ ପ୍ରିୟାଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି। ପ‌ରେ ବିସ୍ଥାପିତମାନଙ୍କୁ କିଭଳି କ୍ଷତିପୂରଣ ଦିଆଯାଉଛି ସେ ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ପ୍ରକାଶ ‌ଯେ, ଗତ କିଛି ଦିନ ତଳେ ଶ୍ରୀମନ୍ଦିର ମାମଲାକୁ ନେଇ ଶୁଣାଣି ହୋଇଥିଲା। ମାନ୍ୟବର ସୁପ୍ରିମକୋର୍ଟ ମଠ ଉଚ୍ଛେଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ କହିଥିଲେ। ଶୁଣାଣି ପ‌ରେ ପ୍ରିୟାଙ୍କ ଏହି ଗସ୍ତ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର