ଉଗ୍ର ହେଉଛି ପୁରୀ ଓକିଲ ଆନ୍ଦୋଳନ

କାମରେ ଯୋଗଦେଲେ ସରକାରୀ ଓକିଲ

ପୁରୀ :ସହରର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‌ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ଉଗ୍ର ରୂପ ନେଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆନ୍ଦୋଳନରେ ନୂଆ ମୋଡ଼ ଆସିଛି। ସରକାରୀ ଓକିଲମାନେ ୟୁନିଫର୍ମ ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। କିନ୍ତୁ ଅନ୍ୟ ଓକିଲମାନେ ବା ବିପକ୍ଷ ଓକିଲମାନେ ଅନୁପସ୍ଥିତ ଥିବାରୁ କୋର୍ଟରେ କାମ ବନ୍ଦ ରହିଛି। ତେବେ ବାର୍‌ର ସଦସ୍ୟ ଥାଇ ସାଧାରଣ ପରିଷଦ ନିର୍ଦେଶକୁ ନ ମାନି କାର୍ଯ୍ୟରେ ଯୋଗଦେବାରୁ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତାହା ଦର୍ଶାଇବା ପାଇଁ ସଂଘ ନୋଟିସ୍‌ ଜାରି କରିଛି। ୩ ଦିନ ଭିତରେ ଏହାର କାରଣ ନ ଦର୍ଶାଇଲେ କିମ୍ବା ଦର୍ଶାଇଥିବା କାରଣ ସନ୍ତୋଷଜନକ ନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ସରକାରୀ ଓକିଲମାନେ କାର୍ଯ୍ୟରେ ଯୋଗଦେବା ପରେ ଷ୍ଟିୟରିଂ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସି ଏହି ନିଷ୍ପତ୍ତି ନେବା ପରେ ସଂଘର ସାଧାରଣ ସମ୍ପାଦକ ଜୟୀନାରାୟଣ ପଟ୍ଟନାୟକ ଏହି ନୋଟିସ୍‌ ଜାରି କରିଛନ୍ତି। ଏହାକୁ ନେଇ ସଂଘ ପରିସରରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର