ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଆନନ୍ଦପୁର ଓକିଲ ସଂଘ ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଆଜି ଆଇନଜୀବୀମାନେ ଧାରଣାରେ ବସିବା ସହ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଆନନ୍ଦପୁର ବିକାଶ ପରିଷଦ ସଭାପତି ରମାକାନ୍ତ ନାୟକଙ୍କ ସଂଯୋଜନାରେ ଓକିଲ ସଂଘ ସଭାପତି ଦୟାନିଧି ଦାଶ, ସମ୍ପାଦକ ଭଗବାନ ମଲିକ, ଆଇନଜୀବୀ ଭୁବନାନନ୍ଦ ଦାଶ, ଚିତ୍ତରଂଜନ ଦାଶ, ହରେକୃଷ୍ଣ ପଟ୍ଟନାୟକ, ସଞ୍ଜୟ କୁମାର ମିଶ୍ର, ବାଇଧର ସେଠୀ, କିଶୋର ଚକ୍ର, ମହେନ୍ଦ୍ର କୁମାର ମହାପାତ୍ର, ହେମରଂଜନ ବେହେରା, ଲକ୍ଷ୍ମୀଧର ମିଶ୍ର, ଉମେଶ କୁମାର ମହାନ୍ତି, ଭାଗୀରଥି ଦାଶ, ମନୋଜ କୁମାର ତ୍ରିପାଠୀ, ହରିହର ଧଡ଼ା, ଅମର କୁମାର ମହାପାତ୍ର, ସୁଦାମ ଚରଣ ମଙ୍ଗଳ, ସରୋଜ କୁମାର ପଟ୍ଟନାୟକ, ଚତୁର୍ଭୁଜ ଜେନା, ରମେଶ ବାରିକ, ତ୍ରିଲୋଚନ ତ୍ରିପାଠୀ, ହୃଦାନନ୍ଦ ଦ୍ବିବେଦୀ, ସଚିତ୍ରାନନ୍ଦ ପଟ୍ଟନାୟକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/14.jpg)