ଭୁବନେଶ୍ୱର: ନନ୍ଦନକାନରେ ଆଜି ଏକ ଆଫିକୀୟ ସିଂହର ମୃତ୍ୟୁ ଘଟିଛି। ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏହି ସଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା। ସିଂହଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନା ଯୋଗ୍ୟ ଯେ ସିଂହ ମାନେ ସାଧାରଣତଃ ୧୮ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ୬ରୁ ୭ ବର୍ଷ ବୟସରେ ଏହି ସିଂହମାନେ ପ୍ରଜନନ କ୍ଷମ ହୋଇଥାନ୍ତି। ତେଣୁ ନନ୍ଦନକାନର ସିଂହ ସଫାରିରେ ସିଂହ ବଂଶ ବୃଦ୍ଧି କରିବା ଲକ୍ଷ୍ୟ ନେଇ ୨୦୧୫ ମସିହାରେ ଏହି ସିଂହଟିକୁ ଅନ୍ୟ ୩ଟି ସିଂହ ସହିତ ନନ୍ଦନକାନନ ଅଣାଯାଇଥିଲା। ସେତେବେଳେ ଏହାର ବୟସ ମାତ୍ର ୫ ବର୍ଷ ଥିଲା। ମାତ୍ର ଯୁବା ବୟସରେ ଏହି ସଂହର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ତେବେ ସିଂହଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
୮ ବର୍ଷର ଆଫ୍ରିକୀୟ ସିଂହ ଇସ୍ରାଏଲରୁ ଆସି ନନ୍ଦନକାନନରେ ମଲା
/sambad/media/post_attachments/wp-content/uploads/2018/08/Nandankanan-Lion_Thumbnail.jpg)