ନନ୍ଦନକାନନରେ ସିଂହର ମୃତ୍ୟୁ

ବାରଙ୍ଗ : ଆଜି ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ୮ବର୍ଷ ବୟସ୍କ ଆଫ୍ରିକୀୟ ସିଂହର ଅଚାନକ ମୃତ୍ୟୁ ହୋଇଛି। ସିଂହଟି ୨୯ ନମ୍ବର ‘ଖ’ ଖୁଆଡ଼ରେ ରହୁଥିଲା। ସେ ସକାଳେ ଅସୁସ୍ଥ ହୋଇ ପଡ଼ିବା ସହ ରକ୍ତ ପରିଶ୍ରା କରିଥିଲା। ତାକୁ ଗୁରୁତର ଅବସ୍ଥାରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଆଇସିୟୁକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା। ସଂଧ୍ୟାରେ ଓୟୁଏଟିର ବିଶେଷଜ୍ଞ ଡା. ସୁଶେଣ କୁମାର ପଣ୍ଡା ଶବ ବ୍ୟବଚ୍ଛେଦ କରିଥିଲେ। ଅନ୍ତଃନଳୀ ଓ ପାକସ୍ଥଳୀରେ ସଂକ୍ରମଣ ଯୋଗୁ କ୍ଷତ ସୃଷ୍ଟି ହୋଇ ସିଂହଟିର ମୃତ୍ୟୁ ହୋଇଥିବା ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ପାଇଁ ପଠାଯାଇଥିବା ରକ୍ତ ଓ ମାଂସର ନମୁନାର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୧୫ ସେପ୍ଟେମ୍ବର ୨୩ତାରିଖରେ ସିଂହଟିକୁ ୨ଟି ସିଂହୀ ଓ ଅନ୍ୟ ଗୋଟିଏ ସିଂହଙ୍କ ସହିତ ଇସ୍ରାଏଲ୍‌ର ତେଲ୍‌ଆବିଭ୍‌ରୁ ଅଣାଯାଇଥିଲା। ତେବେ ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୭ଟି ସିଂହୀ ଓ ୬ଟି ସିଂହ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର