ପୁରୀ : କରୋନା ଭୟାବହତା ଯୋଗୁ ଯେତେବେଳେ ରଥଯାତ୍ରା ନ କରିବାକୁ ସରକାର ନିଷ୍ପତ୍ତି ନେଲେ ଠିକ୍ ସେଇ ଘଡ଼ିସନ୍ଧି ସମୟରେ ଅଫ୍ତାବ ହୁସେନ ନାମକ ନୟାଗଡ଼ର ଜଣେ ମୁସଲିମ୍ ଯୁବକ ରଥଯାତ୍ରା ଆୟୋଜନ କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଚର୍ଚ୍ଚାକୁ ଆସିଥିଲେ। ପରେ ବିନା ଭକ୍ତରେ ରଥଯାତ୍ରା ସମ୍ପନ୍ନ ହୋଇ ଇତିହାସ ସୃଷ୍ଟି ହୋଇଥିଲା। ଏହି ଅବଦାନକୁ ସ୍ବୀକୃତି ସ୍ବରୂପ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ତାଙ୍କୁ ଶ୍ରୀକ୍ଷେତ୍ରକୁ ସ୍ବାଗତ ସହ ଭକ୍ତ ସାଲବେଗ ପୀଠରେ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଫ୍ତାବଙ୍କୁ ଭକ୍ତ ସାଲବେଗ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ‘ଶାନ୍ତି’ ଅନୁଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥ ସେନାକୁ ଭକ୍ତ ଦାସିଆ ବାଉରୀ ସମ୍ମାନ ପ୍ରଦାନ କରାଯାଇଥିଲା।
ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଫ୍ତାବ ହୁସେନ ସମ୍ବର୍ଦ୍ଧିତ
/sambad/media/post_attachments/wp-content/uploads/2021/01/Aftab-Hussain-is-honored-by-the-Shri-Gannath-Sena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)