ପଥର ଧସିବା ଘଟଣା: ୧୫ ଦିନ ପରେ ଉଦ୍ଧାର ହେଲା ଆଉ ଜଣେ ଜେସିବି ଅପରେଟରଙ୍କ ମୃତଦେହ

ଜୟପୁର:  କୋରାପୁଟ ଜିଲ୍ଲାର ବରିପୁଟ ପାହାଡ ତଳୁ ପଥର ଧସିବା ଘଟଣାର ୧୫ ଦିନ ପରେ ଗୁରୁବାର ଆଉ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ନରେ ଉଦ୍ଧାର ହୋଇଥିବା ମୃତଦେହ ଜେସିବି ଅପରେଟର କଟକ ଜିଲ୍ଲାର ଆଠଗଡ଼ ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମର ସଞ୍ଜୟ ଦାସଙ୍କର ବୋଲି ଜଣାପଡ଼ିଛି।

ରିପୋର୍ଟ ଲେଖାଯିବା ବେଳକୁ ଜିଲ୍ଲାପାଳ, ଏସ୍‌ପି ଓ ମେଡିକାଲ ଟିମର ଉପସ୍ଥିତିରେ ପୋଷ୍ଟମର୍ଟମ ଚାଲିଛି। ମେଡିକାଲ ରିପୋର୍ଟ ଆସିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହାରି ଭିତରେ ସେନା ମୋଟ ୧୪ଟି ବ୍ଲାଷ୍ଟିଙ୍ଗ କରି ୨ଟି ଯାକ ମୃତଦେହକୁ ଉଦ୍ଧାର କରିଛି।

ବୁଧବାର ପୂର୍ବାହ୍ନ ୧୦ଟାରେ ଘନଶ୍ୟାମ ଗୁରୁଙ୍କ ମୃତଦେହକୁ ସେନା ଉଦ୍ଧାର କରିଥିଲା। ଜିଲ୍ଲାପାଳ, ଏସ୍‌ପି, ମେଡିକାଲ ଟିମ୍‌ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଘନଶ୍ୟାମଙ୍କ ମୃତଦେହକୁ ପୋଷ୍ଟମର୍ଟମ କରାଯାଇ ଥିଲା। ପୋଷ୍ଟମର୍ଟମ ଜନିତ ସରକାରୀ  ପ୍ରକିୟା ଶେଷ ହେବା ପରେ ଘନଶ୍ୟାମଙ୍କ ପିତା ଦୁର୍ଯ୍ୟୋଧନ ଗୁରୁଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ପଥର ଖଣିରେ ୨ଜଣ ଜେସିବି ଅପରେଟର କାମ କରୁଥିବା ବେଳେ ପାହାଡ ଉପରୁ ପଥର ଧସିବାରୁ ଚାପି ହୋଇ ଯାଇଥିଲେ। ସେମାନଙ୍କୁ ପ୍ରଥମେ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଇଥିଲା। ପରେ କଟକ ଜିଲ୍ଲା ମୁଣ୍ଡୁଳିରୁ ଏନଡିଆରଏଫ ତୃତୀୟ ବାଟାଲିୟନର ୪୦ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇପାରି ନଥିଲେ। ଏହା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେନାର ସହାୟତା ମାଗିଥିଲା

ସମ୍ବନ୍ଧିତ ଖବର