ତିର୍ତ୍ତୋଲ ଉପନିର୍ବାଚନ: ୨୫ ରାଉଣ୍ଡ ପରେ ବିଜେଡି ୩୯୭୯୧ ଭୋଟ୍‌ରେ ଆଗୁଆ, ବିଜୟ ଶଙ୍କରଙ୍କୁ ୮୨୫୧୫ଟି ଭୋଟ୍‌

ବିଜେପିକୁ ୪୨୭୨୪ଟି ଭୋଟ୍‌

ଜଗତ୍‌ସିଂହପୁର: ତିର୍ତ୍ତୋଲ ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନର ଭୋଟ ଗଣତିର ୨୫ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୯୭୧୯ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଛି। ଆଉ ୨ଟି ରାଉଣ୍ଡର ଗଣତି ବାକି ଅଛି। କିନ୍ତୁ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ, ବିଜେଡିକୁ ବିଜୟ ମିଳିବା ସୁନିଶ୍ଚିତ । ୨୫ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୮୨୫୧୫ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୨୭୨୪ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୫୩୬୩ଟି ଭୋଟ୍‌ ପାଇଛନ୍ତି।

ସୂଚନାଯୋଗ୍ୟ, ୨୪ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍‌ ୭୯୯୩୬ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୧୩୮୩ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୩୦୫୩ଟି ଭୋଟ୍‌ ପାଇଥିଲେ।

୨୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୫୪୧୮ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୭୬୦୧୮ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୦୫୩୭ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୨୧୫୦ଟି ଭୋଟ୍‌ ପାଇଛନ୍ତି। ଏଠାରେ ବିଜୁ ଜନତା ଦଳର ବିପୁଳ ବିଜୟ ସ୍ପଷ୍ଟ ହୋଇଯାଇଛି। ୨୭ ରାଉଣ୍ଡ ଗଣତି ପରେ ଆନୁଷ୍ଠାନିକ ଘୋଷଣା କରାଯିବ।

୨୨ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୫୦୯ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୭୩୦୦୩ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୯୪୯୪ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୦୭୪୭ଟି ଭୋଟ୍‌ ପାଇଥିଲେ।

୨୧ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍‌ ୭୦୦୫୯ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୮୦୩୪ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୮୭୭୦ଟି ଭୋଟ୍‌ ପାଇଥିଲେ। ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୬୬୯୧୩ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୬୯୨୬ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୭୧୬୮ଟି ଭୋଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର