୬ ଘଣ୍ଟାର ଅପରେସନ୍ ପରେ ପ୍ରାଣକୃଷ୍ଣଙ୍କ ପ୍ରାଣରକ୍ଷା ହେଲା: ୭ ଘଣ୍ଟା ପାଇପ୍ ଭିତରେ ଫସି ରହିଥିଲେ ଶ୍ରମିକ

କଟକ: କଟକ ପୁଲିସ ସିଗନାଲ ମୁଖ୍ୟାଳୟ ନିକଟରେ ପାଇପ୍ ଲାଇନ୍ ଭିତରେ କାମ କରୁକରୁ ଫସିଯାଇଥିବା ଶ୍ରମିକଙ୍କୁ ଦୀର୍ଘ ୬ ଘଣ୍ଟାର ଅପରେସନ୍ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାଇକା ପକ୍ଷରୁ ଚାଲିଥିବା ନାଳକାମ ସ୍ଥଳରେ ଏପରି ଅଘଟଣ ଘଟିଥଲା। ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲି କାମ କରିବାକୁ ଯାଉଥିବା ବେଳେ ଗାତ ଭିତରକୁ ଖସିପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସଙ୍ଗେସଙ୍ଗେ ଉଦ୍ୟମ ଆରମ୍ଭ କରିଥିଲେ। ସେ ଫସି ରହିଥିବା ପାଇପ ଉପରେ ଏକ କଂକ୍ରିଟ୍ ବିମକୁ କଟାଯିବା ପରେ ମୁଦୁଲିଙ୍କୁ ଉଦ୍ଧାର କରାଯାଇଛି। ସେ ଦୀର୍ଘ ୭ ଘଣ୍ଟା କାଳ ପାଇପ୍ ଭତରେ ଗୋଟିଏ ମୁଦ୍ରାରେ ବସି ରହିଥଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରାଣକୃଷ୍ଣଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ସହ ସୁସ୍ଥ ରହିବା ଲାଗି ଅକ୍ସିଜେନ୍ ମାସ୍କ ଯୋଗାଇ ଦିଆଯିବା ସହ ପିଇବା ଲାଗି ପାଣି ଓ ଗ୍ଲୁକୋଜ ଦିଆଯାଇଥଲା। କଟାକଟି ବେଳେ ତାଙ୍କ ଆଖିରେ ଗୁଣ୍ଡ ନ ପଡ଼ିବା ଲାଗି କଳାଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା। ବିମ୍ କଟାଯିବା ପରେ ଗାତ ଭିତରକୁ ଏକ ଦଉଡି ପକାଟିବା ପରେ ସେ ନିଜେ ବାହାରକୁ ଆସିଥିଲେ।

ସୂଚନାଯୋଗ୍ୟ, ଗତକାଲି ଲଗାଣ ବର୍ଷା ଯୋଗୁଁ ଉକ୍ତ ଅଂଚଳରେ ପାଣି ଜମି ଯାଇଥିଲା। ଆଉ ସେଠାରେ ଥିବା ଖାଲ ଖମାରେ ପାଣି ଭର୍ତ୍ତି ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରୁ ପାଣି ହଟାଇବା ପାଇଁ ପମ୍ପ ଚାଲୁ କରାଯାଇଥିବା ବେଳେ ପାଣିର ପ୍ରେସର ଯୋଗୁଁ ଶ୍ରମିକ ଜଣକ ପାଇପ୍ ଭିତରକୁ ପଶିଯାଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର