୫ବର୍ଷପରେ ମହିଲା ବିଚାରପତିଙ୍କୁ ମଳିଲା ନ୍ୟାୟ: ଅନୁପମା ବେହେରା ହତ୍ୟା ମାମଲା

ଭୁବନେଶ୍ୱର: ଅନୁପମା ବେହେରା ହତ୍ୟା ମାମଳାରେ ଆଜି କଟକ ପ୍ରଥମ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି । ବାଲେଶ୍ୱରରେ କାଯ୍ୟର୍ରତ ମାଜିଷ୍ଟ୍ରେଟ୍‌ ଅନୁପମା ବେହେରାଙ୍କ ହତ୍ୟା ମାମଲାରେ ଦୁଇ ଭାଇ ଜ୍ୟୋତିରଞ୍ଜନ ମାହାନ୍ତି ଓ ପ୍ରିୟରଞ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଇଛନ୍ତି ଏଡିଜେ କୋଟ । ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ନଥିଲେ କିନ୍ତୁ ଚତୁପାର୍ଶ୍ୱର ପ୍ରମାଣ ଓ ଅଭିଯୁକ୍ତର ଟିପ ଚିହ୍ନ, ୨୭ଜଣ ସାକ୍ଷାଙ୍କ ବୟାନକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ପୁଲିସ କୋର୍ଟରେ ଦେଇଥିବା ସୂଚନା ଅନୁଯାଇ, ଅନୁପମା ନୟାଗଡ ଜ୍ଜିଲ୍ଲା ରଣପୁର କୋର୍ଟରେ ମାଜିଷ୍ଟ୍ରେଟ୍‌ ଥିବା ସମୟରେ ସେଠାରେ ପେସ୍କାରେ କାମ କରୁଥିବା ଜ୍ୟୋତିରଞ୍ଜନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟ ବିଭାହିତ ଥିବା ସତ୍ୱେ ପରସ୍ପରକୁ ଭଲ ପାଇବସିଥିଲେ । ଧିରେ ଧିରେ ଉଭୟଙ୍କ ପ୍ରେମ ସମ୍ପକ ନିବିଡ ହେବାରେ ଲାଗିଲା, କିନ୍ତୁ ଅନ୍ୟପଟେ ଜ୍ୟୋତିରଞ୍ଜନଙ୍କ ଏହି ସମ୍ପର୍କକୁ ନେଇ ତାଙ୍କ ପରିବାରରେ ଅଶାନ୍ତି ଦେଖାଦେଇଥିଲା । ଶେଷରେ ଅନୁପମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଜ୍ୟୋତିରଞ୍ଜନ ଓ ତାଙ୍କ ସାନଭାଇ ପ୍ରିୟରଞ୍ଜନ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ମାର୍ଚ୍ଚ ୧୫ ତାରିଖ ୨୦୧୩ରେ ପ୍ରିୟରଞ୍ଜନ ଅନୁପମାଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଅତି ନିମ୍ମର୍ମ ଭାବରେ ହତ୍ୟା କରିଥିଲେ । ହେଲେ ଏହାର ଦୁଇ ଦିନ ପରେ ଦୁଇ ଭାଇ ପୁଲିସ ହାତରେ ଧରା ପଡିଯାଇଥିଲେ । ତେବେ ଘଟଣାକୁ ୫ବର୍ଷ ପରେ ଅନୁପମାଙ୍କୁ ନ୍ୟାୟ ମିଳିଛି ବୋଲି ତାଙ୍କ ଭାଇ ସନ୍ତୋଷ କହିଛନ୍ତି ।

ସମ୍ବନ୍ଧିତ ଖବର